ଆରପାରିରେ ଭେଟେରାନ୍ ଅଭିନେତ୍ରୀ ସୁରେଖା ସିକରି

ମୁମ୍ବାଇ,ଏଜେନ୍ସି: ଭେଟେରାନ୍ ଅଭିନେତ୍ରୀ ସୁରେଖା ସିକରିଙ୍କ ଆଜି ୭୫ ବର୍ଷ ବୟସରେ ପରଲୋକ ଘଟିଛି। ଆଜି ସକାଳେ ମୁମ୍ବାଇରେ ତାଙ୍କର ମୃତ୍ୟୁ ହୋଇଛି। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ମ୍ୟାନେଜର ସୂଚନା ଦେଇଛନ୍ତି।

ଗତବର୍ଷ ବ୍ରେନ ଷ୍ଟ୍ରୋକ ପରେ ସୁରେଖାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୁରେଖା ୩ ଥର ଜାତୀୟ ପୁରସ୍କାର ପାଇଥିଲେ। ୧୯୭୮ ମସିହାରେ କିସା କୁର୍ସି କାଙ୍କ ସହ ସୁରେଖା ଡେବ୍ୟୁ କରିଥିଲେ। ସେ ହେମନ୍ତ ରେଜେଙ୍କୁ ବିବାହ କରିଥିଲେ। ତାଙ୍କର ଏକ ପୁଅ ରାହୁଲ ସିକ୍ରି ଅଛନ୍ତି। ବାଳିକା ବଧୁ, ଚଳଚ୍ଚିତ୍ର ବଧାଇ ହୋ, ଏକଥା ରାଜା ଏକଥି ରାନୀ, ପରଦେଶ ମେ ହେ ମେରା ଦିଲ୍, ଇନ୍ଦୁମତୀ ଲାଲା ମେହରା, ମହାକୁମ୍ଭ: ଏକ ରହସ୍ୟ, ଏକ କାହାନି, ସାତ ଫେର-ସଲୋନି କା ସଫର, ବନେଗି ଆପନି ବାତ୍, କେଶର, କେହନା ହେ କୁଛ ମୁଝକୋ, ସେହେର, ସମୟ, ସିଆଡି ଓ ଜଷ୍ଟ ମହୋବତରେ ସେ ଅଭିନୟ କରିଛନ୍ତି। ଜୋୟା ଅଖତରଙ୍କ ନିର୍ଦ୍ଦେଶିତ ନେଟଫ୍ଲିକ୍ସର ଆନ୍ଥୋଲୋଜି ଭୂତ କାହାଣୀରେ ସୁରେଖାଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା।