୫ଟି ସଚିବଙ୍କ ଗସ୍ତ ଓ ଅନୁଧ୍ୟାନକୁ ସୁର ରାଉତରାୟଙ୍କ ସମାଲୋଚନା

ଭୁବନେଶ୍ୱର,ଏନ୍ଏନ୍ଏସ୍: କଂଗ୍ରେସ ବିଧାୟକ ସୁର ରାଉତରାୟ ସୋମବାର ଦିନ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ଗସ୍ତକୁ ନେଇ ସମାଲୋଚନା କରିଛନ୍ତି। ସଚିବ ମାନେ ଗସ୍ତରେ ଯାଉଥିବାବେଳେ ଶ୍ରୀ ରାଉତ ‘ମନ୍ତ୍ରୀ କୁଆଡ଼େ ଗଲେ’ ବୋଲି ପ୍ରଶ୍ନ କରି ସମାଲୋଚନା କରିଛନ୍ତି। ଏ ନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ସେ ପ୍ରଶ୍ନ କରିଛନ୍ତି ଯେ ୨୦ବର୍ଷ ଶାସନ କାଳରେ ୫ଟି କରିପାରିଲେନି ଓ ଏତେ ବର୍ଷ ସେ କ’ଣ କରୁଥିଲେ ବୋଲି ପ୍ରଶ୍ନ କରିଛନ୍ତି। ତେବେ ନିଜ ପାର୍ଟିର ପ୍ରଚାର କରିବା ପାଇଁ ଏହି ଗସ୍ତ ହେଉଛି ବୋଲି ସୁର ରାଉତରାୟ କହିଛନ୍ତି।

ଏଥିସହ ସେ କହିଛନ୍ତି ଏତେ ବର୍ଷ ଧରି ରାଜ୍ୟ ସରକାର କ’ଣ କରୁଥିଲେ, ବର୍ତ୍ତମାନ ଜିଲ୍ଲାଗୁଡ଼ିକୁ ଗସ୍ତ କରି ପ୍ରତିଭାଦେଖାଉଛନ୍ତି। ଯେଉଁ ସେକ୍ରେଟାରୀ ବର୍ତ୍ତମାନ ବୁଲୁଛନ୍ତି ସେମାନେ ଆଗରୁ କ’ଣ କରୁଥିଲେ ବୋଲି ସୁର ରାଉତରାୟ ପ୍ରଶ୍ନ କରିଛନ୍ତି।