କଂଗ୍ରେସ ପାଖରେ ପଇସା ନାହିଁ, ଆମେ ଏଠାରେ ହାରିବୁ: ସୁର

ବରଗଡ଼,ଏନ୍ଏନ୍ଏସ୍: ବିଜେପୁର ଭୋଟ ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟ ହାତ ଟେକି ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ଏଠାରେ ଆମେ ଜିତିଲା ଭଳିଆ ଲାଗୁନି। ମୁଁ ୩ଦିନ ହେଲା ଏଠାରେ ବୁଲୁଛି, ପ୍ରଚାର କରୁଛି କିନ୍ତୁ ଏଠାରେ ନବୀନ ପଟ୍ଟନାୟକଙ୍କ ଜମାନା ଚାଲୁଛି।

ଏଥିସହ ବିଜେଡ଼ି ଓ ବିଜେପି ଜେତେ ପୋଷ୍ଟର ମାରିଛନ୍ତି ତାହା ଆମେ ୭ଜନ୍ମରେ ଲଗାଇ ପାରିବୁ ନାହିଁ। ବର୍ତ୍ତମାନ ସବୁ ପଇସା ନବୀନ ଓ ମୋଦୀଙ୍କ ପାଖରେ, ଏଭଳି ପରିସ୍ଥିତିରେ ଆମେ ଜିତିଲା ଭଳି ଲାଗୁ ନଥିବା ସେ କହିଛନ୍ତି। ସେହିପରି କଂଗ୍ରେସ ପାଖରେ ପଇସା ନାହିଁ, ଆମେ ଏଠି ହାରିବୁ, ତେଣୁ କାହିଁକି ଆମେ ବଡ଼ ବଡ଼ କଥା କହିବୁ। ତେବେ ବର୍ତ୍ତମାନ ନବୀନଙ୍କ ପାଳି ପଡ଼ିଛି ବୋଲି ସୁର କହିଛନ୍ତି।