୫-ଟିକୁ ନେଇ ସୁରଙ୍କ କଟାକ୍ଷ, ୫ଟି ନା ଚା’ କହି କଲେ ସମାଲୋଚନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କ ୫-ଟି କାର୍ୟ୍ୟକ୍ରମକୁ କଂଗ୍ରେସ ନେତା ସୁର ରାଉତରାୟ ସମାଲୋଚନା କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଗଣମାଧ୍ୟମ ଆଗରେ ୫ଟି ନା ଚା ବୋଲି କହି ସମାଲୋଚନା କରିଛନ୍ତି। ତେବେ ଲୋକଙ୍କ ସମସ୍ୟା ବୁଝିବାକୁ ୫-ଟି ଯେଉଁସବୁ ଜିଲ୍ଲା ବୁଲୁଛନ୍ତି ସେ ସବୁ ପ୍ରହସନ ବୋଲି କହିଛନ୍ତି।

ଏଥିସହ ରାଜଧାନୀ ମେଡିକାଲର ସମସ୍ୟା ସମାଧାନ କରି ପାରୁନ ବାହାରକୁ କଣ ଯାଉଛ କହି ସୁର ସମାଲୋଚନାର ଶର ମାରିଛନ୍ତି।

ସେହିପରି କ୍ୟାପିଟାଲ ହସ୍ପିଟାଲରେ କେତେ ଲୋକ ବେଡ଼ ନପାଇ ତଳେ ଗଡ଼ୁଛନ୍ତି ଓ ସେମାନଙ୍କ ଦେହରେ ସାଲାଇନ ଲାଗିଛି, ବ୍ଲଡ ଦିଆଯାଉଛି । କୁଆଡେ ଗଲେ ୫-ଟି ସଚିବ । ରୋଗୀଙ୍କ କଥା ବୁଝ ବୋଲି କହିଥିଲେ। ଏଇଠି ସସାଧାନ କରି ପାରୁନ ଅନ୍ୟ ଜିଲ୍ଲାରେ କି ସମାଧାନ ହେଉଥିବ ବୋଲି ସୁର ପ୍ରଶ୍ନ କରିଛନ୍ତି।

ତେବେ ଏହାର ପ୍ରତିବାଦରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୁରଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏବଂ କହିଛନ୍ତି ଯେ ଏବେ ଯୁଗ ବଦଳିଲାଣି, ମନ୍ତ୍ରୀ ଯେଉଁଠି ଥିଲେ ବି ହସ୍ତକ୍ଷେପ କରି ନିର୍ଦ୍ଦେଶ ଲାଗୁ କରିପାରିବେ। ବର୍ତ୍ତମାନ ସମୟରେ ଓଏସଡବ୍ଲୁଏଏସ୍ ମନ୍ତ୍ରୀ କାର୍ଯ୍ୟ କରୁଛନ୍ତି। ସୁର ତାଙ୍କ ସମୟର କଥା କହୁଛନ୍ତି ବୋଲି କହି ସ୍ୱାସ୍ଥ୍ୟମନ୍ତ୍ରୀ କଟାକ୍ଷ କରିଛନ୍ତି।