ଏନସିପିରେ ସୁପ୍ରିୟା ସୁଲେଙ୍କୁ ମିଳିଲା ବଡ଼ ଦାୟିତ୍ୱ

ମହାରାଷ୍ଟ୍ର: ଶରଦ ପାୱାରଙ୍କ ପାର୍ଟି ଏନସିପିରେ ସାଂଗଠିନକ ରୂପେ ଆଜି ବଡ଼ ପରିବର୍ତ୍ତନ ହୋଇଛି । ଏହିକ୍ରମେ ସୁପ୍ରିୟା ସୁଲେଙ୍କ ଏନସିପି କାର୍ଯ୍ୟକାରୀ ଅଧ୍ୟକ୍ଷ ରୂପେ ବଡ଼ ଦାୟିତ୍ୱ ମିଳିଛି । ଏହାସହ ପ୍ରଫୁଲ୍ଲ ପଟେଲଙ୍କୁ ମଧ୍ୟ କାର୍ଯ୍ୟକାରୀ ଅଧ୍ୟକ୍ଷ ରୂପେ ଦାୟିତ୍ୱ ଦିଆଯାଇଛି । ଏଥିସହିତ ସୁପ୍ରିୟା ସୁଲେଙ୍କୁ ଏନସିପି ପକ୍ଷରୁ ମହାରାଷ୍ଟ୍ର, ହରିୟାଣା ଓ ପଞ୍ଜାବର ଦାୟିତ୍ୱ ଦିଆଯାଇଛି । ଫଳରେ ଶରଦ ପାୱାର ପୁତୁରା ଅଜିତ ପାୱାର ଉତ୍ତରାଧିକାରୀ ହେବା ଦିଗରେ ପଛରେ ପଡ଼ିଯାଇଛନ୍ତି । ଏଥିରେ ଅଜିତ ପାୱାରଙ୍କଠାରୁ ସୁପ୍ରିୟା ସୁଲେ ଆଗରେ ରହିଛନ୍ତି ।