ନୂଆଦିଲ୍ଲୀ,ଏଜେନ୍ସି: କ୍ରମଶଃ ଦୁର୍ବଳ ହେଉଛି କୋରୋନା ତୃତୀୟ ଲହର । ଦୈନିକ ସଂକ୍ରମଣ ଲକ୍ଷେ ତଳେ ରହୁଛି। ତୃତୀୟ ଲହର କାରଣରୁ ସୁପ୍ରିମକୋର୍ଟରେ ଅନଲାଇନ ଶୁଣାଣି ଜାରି ରହିଥିଲା ମାତ୍ର ଏଥିରେ ପରିବର୍ତ୍ତନ ହୋଇଛି। ଆସନ୍ତା ଫେବୃଆରୀ ୧୪ରୁ ପୁଣି ଥରେ ପୂର୍ବଭଳି ସ୍ବାଭାବିକ ଶୁଣାଣି ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି।
ଜାରି ହୋଇଥିବା ଏସ୍ଓପି ଅନୁସାରେ ସପ୍ତାହକୁ ଦୁଇ ଦିନ ଅଫଲାଇନ ଶୁଣାଣି ହେବ। ବୁଧବାର ଓ ଗୁରୁବାର ସ୍ବାଭାବିକ ଶୁଣାଣି ହେବ। ମଙ୍ଗଳବାର ଉଭୟ ସ୍ବାଭାବିକ ଓ ଅଫଲାଇନ ଶୁଣାଣି ହେବ। ସୋମବାର ଓ ଶୁକ୍ରବାର କେବଳ ଭିଡିଓ କନଫରେନ୍ସିଂ ଯୋଗେ ଅନଲାଇନ ଶୁଣାଣି କରାଯିବ। କୋରୋନା ଦ୍ବିତୀୟ ଲହର ପରେ ଅଫଲାଇନ ଶୁଣାଣି ଆରମ୍ଭ ହେବା ବେଳେ ମଧ୍ୟ ସମାନ ମାର୍ଗଦର୍ଶିକା ଜାରି କରାଯାଇଥିଲା।
ପ୍ରକାଶ ଥାଉ କି, ଜାନୁଆରୀରୁ ସଂକ୍ରମଣ ହୁ ହୁ ବଢିବାରେ ଲାଗିଥିଲା। ଏ ନେଇ ଜାନୁଆରୀ ୩ରୁ ସମସ୍ତ ମାମଲାର ଶୁଣାଣି ଭର୍ଚୁଆଲ ମୋଡରେ କରାଯିବାକୁ ନିଷ୍ପତ୍ତି ହୋଇଥିଲା।