ଅଦାଲତ ଅବମାନନା ମାମଲାରେ ପ୍ରଶାନ୍ତ ଭୂଷଣ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅଗଷ୍ଟ ୨୦ରେ ଦଣ୍ଡବିଧାନ ନେଇ ସୁପ୍ରିମକୋର୍ଟ ଶୁଣାଣୀ କରିବେ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ଆଇନଜୀବୀ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟ ଓ ମୁଖ୍ୟ ବିଚାରପତି ଏସ ଏ ବୋବଡେଙ୍କ ବିରୋଧରେ ଟ୍ୱିଟ କରିଥିଲେ। ଜୁନ୍ ୨୭ରେ ନିଜ ଟ୍ୱିଟର ଆକାଉଣ୍ଟରୁ ଗୋଟିଏ ଟୁଇଟ ସୁପ୍ରିମକୋର୍ଟ ଓ ଅନ୍ୟଟି ମୁଖ୍ୟ ବିଚାରପତିଙ୍କ ବିରୋଧରେ କରିଥିଲେ। ଜୁଲାଇ ୨୨ ତାରିଖରେ ସୁପ୍ରିମକୋର୍ଟଙ୍କ ତରଫରୁ ପ୍ରଶାନ୍ତଙ୍କୁ ନୋଟିସ ଜାରି କରାଯାଇଥିଲା। ଏହି ମାମଲାରେ ଆଜି ୩ ଜଜଙ୍କ ବେଞ୍ଚ ପ୍ରଶାନ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ସୂଚନାଯୋଗ୍ୟ, ଗୋଟିଏ ଟ୍ୱିଟରେ ୪ ମୁଖ୍ୟ ବିଚାରପତି ଲୋକତନ୍ତ୍ରକୁ ନଷ୍ଟ କରୁଥିବାର ଆରୋପ ପ୍ରଶାନ୍ତ ଲଗାଇଥିଲେ। ଦ୍ୱିତୀୟ ଟ୍ୱିଟରେ ବାଇକରେ ବସିଥିବା ଜଣେ ମୁଖ୍ୟ ବିଚାରପତିଙ୍କ ଫଟୋରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ।