‘ପାଟଣାଗଡ଼’କୁ ସୁପ୍ରିମ କୋର୍ଟରୁ ଆଶ୍ୱସ୍ତି : ଶେଷ ନିଷ୍ପତ୍ତି ନେବ ସେନ୍‌ସର ବୋର୍ଡ

 ‘ପାଟଣାଗଡ଼’କୁ ସୁପ୍ରିମ୍‌କୋର୍ଟରୁ ଆଶ୍ୱସ୍ତି ମିଳିଥିବା ବେଳେ ବର୍ତ୍ତମାନ ଏହାର ଶେଷ ନିଷ୍ପତ୍ତି ସେନସରବୋର୍ଡ କରିବ। ତେବେ ଏହି ଚଳଚିତ୍ରର ମୁକ୍ତିଲାଭ ଉପରେ ସେନ୍‌ସର ବୋର୍ଡ ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।

ପାଟଣାଗଡ଼ ପାର୍ସଲ ବୋମା ଉପରେ ଏହି ଚିତ୍ରର କାହାଣୀ ଆଧାରିତ ହୋଇଥିବା ଦର୍ଶାଇ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ପତ୍ନୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ କୋର୍ଟର ରାୟ ପରେ ପ୍ରଯୋଜନା ସଂସ୍ଥା ଆଶ୍ୱସ୍ତି ପ୍ରକାଶ କରିଛି।

ଶ୍ରୀଧର ମାର୍ଥା ପ୍ରଯୋଜିତ, ରାଜେଶ ଟଚରିଭର ପ୍ରଯୋଜିତ ଏହି ଚିତ୍ରରେ ଅତୁଲ କୁଲକର୍ଣ୍ଣି, ମନୋଜ ମିଶ୍ର, ଅନୁ ଚୌଧୁରୀ, ତନକିଲା ଭର୍ଣ୍ଣି, ପୁଷ୍ପା ପଣ୍ଡା ପ୍ରମୁଖ ଅଭିନୟ କରିଛନ୍ତି। ଉଭୟ ଓଡ଼ିଆ ଓ ତେଲୁଗୁ ଭାଷାରେ ଏହା ନିର୍ମିତ ହୋଇଛି। ନିକଟରେ ଏହି ଚିତ୍ରକୁ ଉଦ୍ଦେଶ୍ୟମୂଳକ ଭାବେ କୋଲକାତା ଚଳଚ୍ଚିତ୍ର ଉତ୍ସବରୁ ବାଦ୍‌ ଦିଆଯାଇଥିବା ନେଇ ପ୍ରଯୋଜକ, ନାୟକ ପ୍ରମୁଖ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ।