ହାଇଦ୍ରାବାଦ ଏନକାଉଣ୍ଟର ବୈଧ୍ୟତାକୁ ନେଇ ଆସନ୍ତା ବୁଧବାର ସୁପ୍ରିମକୋର୍ଟ ରାୟ ଦେବେ

ନୂଆଦିଲ୍ଲୀ,ଏଜେନ୍ସି: ହାଇଦ୍ରାବାଦଏନ୍‌କାଉଣ୍ଟରକୁ ନେଇ ସ।ରା ରାଜ୍ୟରେ ଜନତା ଖୁସିଥିବା ବେଳେ ଏହାର ବୈଧ୍ୟତା ଉପରେ ପ୍ରଶ୍ନ ଉଠାଇ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା। ଏହାକୁ ନେଇ ସୁପ୍ରିମକୋର୍ଟ ପକ୍ଷରୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏ ନେଇ ଆଜି ଶୁଣାଣିହୋବାକୁ ଥିବା ବେଳେ ଏହାକୁ ଆସନ୍ତା ବୁଧବାରକୁ ସ୍ଥଗିତ ରଖାଯାଇଛି।

ଜରୁରୀକାଳୀନ ଭିତ୍ତିରେ ଏହି ପିଟିସନ୍‌ର ଶୁଣାଣି ନିମନ୍ତେ ଭାରତର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡ଼େ ରାଜି ହୋଇଛନ୍ତି। ଏହି ମାମଲା ଉପରେ ସୋମବାର ଦିନ ମଧ୍ୟ  ତେଲେଙ୍ଗାନା ହାଇକୋର୍ଟ ଶୁଣାଣି କରୁଛନ୍ତି। ଚାରି ଅଭିଯୁକ୍ତଙ୍କ ଶବ ଡିସେମ୍ବର ୯୯ ତାରିଖ ରାତି ୮ଟା ଯାଏଁ ସଂରକ୍ଷଣ କରିବାକୁ  ତେଲେଙ୍ଗାନା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁସାରେ ଏହି ଏନକାଉଣ୍ଟରକୁ ବେଆଇନ ବୋଲି କହି ଜିଏସ୍‌ ମଣି ସୁପ୍ରିମ୍‌ କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ଭାରତର ପ୍ରଧାନ ବିଚାରପତି ଆବେଦନକାରୀଙ୍କୁ କହିଥିଲେ ଯେ ତେଲେଙ୍ଗାନା ହାଇକୋର୍ଟ ଏହି ମାମଲା ଶୁଣାଣି ପାଇଁ ଆବେଦନ ଗ୍ରହଣ କରିଛନ୍ତି। କିନ୍ତୁ ଏହି ଜରୁରୀ ପିଟିସନରଶୁଣାଣି କରିବାକୁ ସେ ମଧ୍ୟ ରାଜି ହୋଇଥିଲେ। ଜାତୀୟ ମାନବ ଅଧିକାର କମିସନ ମଧ୍ୟ ଆପଣାଛାଏଁ ମାମଲାଟିକୁ ଗ୍ରହଣ କରି ତଦନ୍ତ ଲାଗି ଆଦେଶ ଦେଇଛନ୍ତି।