ସୁପ୍ରିମକୋର୍ଟ: ବର୍ତ୍ତମାନ କାର ବ୍ୟବହାର ବନ୍ଦ କରି ସାଇକେଲ କାଢ଼ିବାର ସମୟ

ନୂଆଦିଲ୍ଲୀ,ଏଜେନ୍ସି: ପଡ଼ୋଶୀ ରାଜ୍ୟରେ ନଡା ଜଳିବାରୁ ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ହୋଇଥିବା ମାମଲାର ଶୁଣାଣିରେ ଆଜି ସୁପ୍ରିମ କୋର୍ଟ ପକ୍ଷରୁ ବଡ଼ ବୟାନ ଜାରି କରାଯାଇଛି। ସୁପ୍ରିମ କୋର୍ଟ କହିଛନ୍ତି ଯେ, ବର୍ତ୍ତମାନ ସମୟ ଆସିଛି ସୁନ୍ଦର କାର ବ୍ୟବହାର ବନ୍ଦ କରି ସାଇକେଲ କାଢ଼ିବାର।

ଆଜି ମୁଖ୍ୟ ବିଚାରପତି ଏସଏ ବୋବଡେଙ୍କ ନେତୃତ୍ୱରେ ବିଚାରପତି ଏଏସ ବୋପନା ଓ ଭି ରାମାସୁବ୍ରମଣିନଙ୍କ ସହ ବସିଥିବା ବେଞ୍ଚରେ ବିଶେଷଜ୍ଞଙ୍କ ସୂଚନାକୁ ଆଧାର କରି ବୋବଡେ କହିଛନ୍ତି ଯେ କେବଳ ନଡ଼ା ଜଳିବାଟା ପ୍ରଦୂଷଣର ଉତ୍ସ ନୁହେଁ। ପ୍ରଦୂଷଣକୁ ରୋକିବା ପାଇଁ ଆମ ସମସ୍ତଙ୍କୁ ସୁନ୍ଦର କାର ଓ ବାଇକ୍ ଚଳାଇବା ବନ୍ଦ କରି ସାଇକେଲ ଚଳାଇବା ଆରମ୍ଭ କରିବାକୁ ହେବ।