କଳାବଜାରୀ ରୋକିବା ପାଇଁ ଯୋଗାଣ ବିଭାଗର ଯାଞ୍ଚ ପ୍ରକ୍ରିୟା

ଦେବଗଡ଼,ଏନ୍ଏନ୍ଏସ୍: ଲକଡାଉନ ଯୋଗୁଁ ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀର ସମ୍ଭାବ୍ୟ କଳାବଜାରୀ ରୋକିବା ନେଇ ଆଜି ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ପରିବା ବଜାରରେ ଥିବା ବିଭିନ୍ନ ଆଳୁ ପିଆଜ ଗୋଦାମରେ ଚଢ଼ଉ କରାଯାଇଛି। ଏଥିସହ ବିଭାଗ ପକ୍ଷରୁ ଦର ନିର୍ଧାରଣ କରାଯାଇଛି। ଉପୋଭୋକ୍ତାଙ୍କ ସୁବିଧା ପାଇଁ ଏକ ମୂଲ୍ୟ ସୂଚୀ ଦୋକାନ ସମ୍ମୁଖରେ ଟଙ୍ଗା ଯାଇଛି।

ଆଳୁ ଦର ୨୦ ରୁ ୨୫ ଟଙ୍କା ମଧ୍ୟରେ ରଖା ଯାଇଥିବା ବେଳେ ପିଆଜ ମୂଲ୍ୟ ୨୫ ରୁ ୩୦ ଟଙ୍କା ନିର୍ଧାରଣ କରାଯାଇଛି। ଜିଲ୍ଲା ଯୋଗାଣ ଅଧିକାରୀ ସୁରେନ୍ଦ୍ର କୁମାର ପାଢ଼ୀ, ଅତିରିକ୍ତ ଯୋଗାଣ ଅଧିକାରୀ ବିଜୟ କୁମାର ବାରିକ, ଯୋଗାଣ ନିରୀକ୍ଷକ ଉର୍ମିଳା ନାଏକ ଓ ସାଲୁ ଟୁଡୁ ପ୍ରମୁଖ ବଜାର ଯାଞ୍ଚ ପରେ ବିଭିନ୍ନ ଆଳୁ ପିଆଜ ଗୋଦାମ ଯାଞ୍ଚ କରିବା ସହ କଳାବଜାରୀରୁ ଦୁରେଇ ରହିବାକୁ ବ୍ୟବସାୟୀ ମାନଙ୍କୁ ଚେତାବନୀ ଦେଇଛନ୍ତି।