୮,୩୦୦ କୋଟି ଟଙ୍କାର ଅତିରିକ୍ତ ଚିଠା ବଜେଟକୁ ମଞ୍ଜୁରି

ଭୁବନେଶ୍ୱର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ରାଜ୍ୟ ମନ୍ତ୍ରିପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ମିଳିଥିବା ସୂଚନାନୁସାରେ ଉକ୍ତ ବୈଠକରେ ୨୦୧୯-୨୦ ଆର୍ôଥକ ବର୍ଷ ପାଇଁ ୮,୩୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ବରାଦକୁ ମନ୍ତ୍ରିପରିଷଦର ମଞ୍ଜୁରୀ ମିଳିଛି। ଏହି ଅତିରିକ୍ତ ବଜେଟକୁ ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଥମ ଦିନ ଅର୍ଥାତ୍ ନଭେମ୍ବର ୧୩ତାରିଖରେ ଗୃହରେ ଉପସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି।
ବଜେଟରେ ପୁରୀ ଶ୍ରୀମନ୍ଦିର ପାରିପାଶ୍ୱର୍ିକରେ ଭିତ୍ତିଭୂମି ନିର୍ମାଣ, ବିଭିନ୍ନ ମେଡିକାଲ କଲେଜ ଓ ହସ୍ପିଟାଲର ଭିତ୍ତିଭୂମି ସୁଧାର ନିମନ୍ତେ ଅତିରିକ୍ତ ବ୍ୟୟ, କାଳିଆ ଯୋଜନା ନିମନ୍ତେ ଅତିରିକ୍ତ ପାଣ୍ଠି ସମେତ ବୌଦ୍ଧରେ ନୂଆ ମେଡିକାଲ କଲେଜ ନିର୍ମାଣ ପାଇଁ ଅର୍ଥବରାଦ ସହ କେତେକ ଜଳସେଚନ ପ୍ରକଳ୍ପ ପାଇଁ ମଧ୍ୟ ଅର୍ଥ ଆବଣ୍ଟନ ହୋଇଥିବା ଜଣାପଡ଼ିଛି।

ମନ୍ତ୍ରିପରିଷଦ ବୈଠକରେ ୮୦୩୬ କୋଟି ଟଙ୍କାର ଚିଠା ବଜେଟ୍ ସମ୍ପର୍କରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଏହାପରେ ସଂସଦୀୟ ବ୍ୟାପର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗତ ଅଧିବେଶନରେ କୌଣସି ବିଲ୍ ଆସିନଥିବାରୁ ଆଗାମୀ ଅଧିବେଶନରେ ଅଧିକ ବିଲ ଆଣିବା ନେଇ ପ୍ରସ୍ତାବ ଦେଇଥିଲେ। ତେବେ ବୈଠକରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବିଭିନ୍ନ ବିଭାଗ ପାଇଁ ହୋଇଥିବା ଅର୍ଥ ଆବଣ୍ଟନ ନେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ବିଶେଷ ସୂତ୍ରରୁ ମିଳିଥିବା

ସୂଚନା ଅନୁସାରେ, ଏଫଆରବିଏମ୍ ଆକ୍ଟ୍ନୁସାରେ ବଜେଟରେ ବିତ୍ତୀୟ ନିଅଣ୍ଟ ପରିମାଣ ୩.୫%କୁ ଛୁଇଁଥିବାରୁ ସରକାର ଅତିରିକ୍ତ ବଜେଟ ପ୍ରସ୍ତୁତିରେ ସତର୍କତା ଅବଲମ୍ବନ କରି ଖର୍ଚ୍ଚ ହୋଇପାରୁନଥିବା ଯୋଜନାରୁ ଅର୍ଥକୁ ସ୍ଥାନାନ୍ତର କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ତା’ଛଡ଼ା ଆର୍ôଥକ ମାନ୍ଦାବସ୍ଥା ଯୋଗୁଁ ବଜେଟରେ ଆକଳନ କରାଯାଇଥିବା ଜିଏସଟି ପରିମାଣ ତୁଳନାରେ କମ୍ ଅର୍ଥ କେନ୍ଦ୍ର ସରକାରଙ୍କଠାରୁ ମିଳିବାର ଥିବାରୁ ଏହାକୁ ମଧ୍ୟ ଅତିରିକ୍ତ ବଜେଟ୍ ପ୍ରସ୍ତୁତିବେଳେ ଦୃଷ୍ଟିରେ ରଖାଯାଇଛି।

ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ମାସରେ ରାଜ୍ୟ ସରକାର ୨୦୧୯-୨୦ ଆର୍ôଥକ ବର୍ଷ ପାଇଁ ୧.୩୯ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଥିଲେ। କୃଷି ପାଇଁ ୨୦ ହଜାର ୭୧୪ କୋଟି ଟଙ୍କା ଖର୍ଚ୍ଚ କରିବାକୁ ସରକାର ବଜେଟରେ ବ୍ୟବସ୍ଥା କରିଥିଲେ। ରାଜ୍ୟ ସରକାର କୃଷକ ମାନଙ୍କୁ ସର୍ବାଧିକ ଗୁରୁତ୍ୱ ଦେଉଥିବାରୁ ଏହି ବଜେଟରେ କାଳିଆ ଯୋଜନାକୁ ମଧ୍ୟ ଅଧିକ ପ୍ରଧାନ୍ୟ ଦିଆଯାଇଥିଲା। ତେଣୁ କାଳିଆ ପାଇଁ ସରକାର ୫ ହଜାର ୬୧୧ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ। ଏହା ବ୍ୟତୀତ ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ସଶକ୍ତିକରଣ, କୃଷି ଇତ୍ୟାଦି କ୍ଷେତ୍ରକୁ ପ୍ରଧାନ୍ୟ ଦିଆଯାଇଥିଲା।