ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ସୁପରଫୁଡ୍

ସୁପରଫୁଡ଼୍ ଶବ୍ଦଟି ଖାଦ୍ୟ ପଦାର୍ଥ ପାଇଁ, ତାହାର ବିଶେଷ ଉପକାର ଓ ଗୁଣବତ୍ତାର ଆଧାରରେ ପ୍ରୟୋଗ କରାଯାଏ। ଯଦି ଆପଣଙ୍କ ଡ଼ାଏଟ୍, ଆପଣଙ୍କ ପାଇଁ ବିନା କ୍ୟାଲୋରୀ ଓ ପୋଷଣପାପ୍ତ କରିବାର ଜରିଆ ହୋଇଥାଏ, ତେବେ ସେଥିରେ ସୁପରଫୁଡ଼୍ ସାମିଲ ହୋଇଛି ବୋଲି ଭାବନ୍ତୁ। ଯଦି ଆପଣଙ୍କୁ ପୋଷକ ତତ୍ତ୍ୱ ଥିବା ଖାଦ୍ୟ ମିଳିଯାଏ ଓ ଓଜନ ବୃଦ୍ଧି ନହୁଏ, ତେବେ ଏହା କେବଳ ସୁପରଫୁଡ଼୍ କରାଇପାରେ। ତେବେ ସୁପରଫୁଡ଼୍ ଆପଣଙ୍କ ସ୍ୱାସ୍ଥ୍ୟ ଓ ପୋଷଣ ସମ୍ବନ୍ଧୀୟ ଉପକାର ସହିତ ସ୍ୱତଃ ଓଜନ କମ୍ କରି ଆପଣଙ୍କୁ ଅତିରିକ୍ତ ଉପକାର ମଧ୍ୟ ଦେବ, ତେବେ ଏ ବିଷୟର କିଛି ତଥ୍ୟ ଜାଣିବା ଆବଶ୍ୟକ।

– ଆମେ ଭଲ ଡ଼ାଏଟ୍ ନେଲେ ମଧ୍ୟ ତାହା ପର୍ଯ୍ୟାପ୍ତ ହୋଇ ନଥାଏ। ସୁପରଫୁଡ଼୍ ଏହି ଅଭାବକୁ ପୂରା କରେ। ଖାଦ୍ୟରେ ନିଜର ବିଶେଷତା ଓ ଲାଭ ଥାଏ, କିନ୍ତୁ କିଛି ସୁପରଫୁଡ଼୍ ଏପରି ଥାଏ, ଯେଉଁଥିରେ ଆମକୁ ଦୁଇଟି ଜିନିଷ ମିଳିଯାଏ। ଏହା ଏକ ପ୍ରକାରର ପୋଷଣରେ ଭରପୂର ହେଲଥ ସେଣ୍ଟିମେଣ୍ଟ ପରି ହୋଇଥାଏ।

– ସୁପରଫୁଡ଼୍ ଆମକୁ ଭିଟାମିନ୍, ମିନେରାଲ ଏବଂ ଅନ୍ୟ ପୋଷକ ତତ୍ତ୍ୱ ସହିତ ଆଣ୍ଟି ଅକ୍ସିଡ଼େଣ୍ଟ ଓ ଫ୍ଲେବେନାଇଡ଼୍ ପରି ଅତିରିକ୍ତ ପୋଷଣରେ ଭରା ତତ୍ତ୍ୱ ମିଳିଥାଏ। ତେଣୁ ଏହାକୁ ସୁପରଫୁଡ଼୍ କୁହାଯାଏ। ଏହା ଫାଇଟୋକେମିକଲରେ ଭରପୂର ଥାଏ ଯାହା ରୋଗ ପ୍ରତିରୋଧକ କ୍ଷମତାକୁ ବଢ଼ାଇ ରୋଗରୁ ରକ୍ଷା କରିଥାନ୍ତି।

– କିଛି ସୁପରଫୁଡ଼୍ ଆମର ମସ୍ତିଷ୍କର କ୍ଷମତାକୁ ବଢ଼ାଇ ଅନ୍ୟ ସମସ୍ୟାକୁ କମ୍ କରିଥାନ୍ତି। ଉଦାହରଣ ସ୍ୱରୂପ ଓଟସ୍ରେ ବିଟା ଗ୍ଲୁକେନ୍ସ ମିଳିଥାଏ, ଯାହା କୋଲେଷ୍ଟ୍ରୋଲର ସ୍ତରକୁ କମ୍ କରିଥାଏ। ଡ଼ାଳିମ୍ବରେ ଏଲେଜିଟେନିନ୍ସ ବା ଏଲେଜିକ ଏସିଡ଼୍ ଦ୍ୱାରା ଭରପୂର ହୋଇଥିବାରୁ ଏହା କ୍ୟାନ୍ସର ରୋଧୀ, ସାଲମନ ମାଛରେ ଓମେଗା ୩ ଏବଂ ଅଖରୋଟରେ ଭିଟାମିନ୍ ଇ ଟୋକୋଫେରଲ ରୂପରେ ମିଳିଥାଏ ଯାହା ହୃଦୟ ରୋଗ ପାଇଁ ସୁରକ୍ଷା କବଚ ଅଟେ। ଏକ ପରୀକ୍ଷାରୁ ଜଣାପଡ଼ିଛି ମେପଲ ସିରପରେ ଫାଇଟୋହର୍ମୋନ୍ସର ମାତ୍ରା ଡ଼ାଏବେଟିସରୁ ରକ୍ଷା କରିଥାଏ।