ସୁପର ଡ୍ୟାନସର-୪ ଶୋ’ ଛାଡ଼ିଲେ ଶିଳ୍ପା ସେଟ୍ଟୀ; କରିସ୍ମାଙ୍କ ଏଣ୍ଟ୍ରି

ମୁମ୍ବାଇ,ଏଜେନ୍ସି: ରାଜ କୁନ୍ଦ୍ରାଙ୍କ ଗିରଫ ପରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପାଇଁ ଅଡୁଆ ବଢ଼ିଛି। ଅଶ୍ଳୀଳ ଫିଲ୍ମ ନିର୍ମାଣ କରିବା ଅଭିଯୋଗରେ ଜୁଲାଇ ୨୭ ତାରିଖରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣା ପରେ ଶିଳ୍ପା ସେଟ୍ଟୀ ଧୀରେଧୀରେ ନିଜକୁ ଦୁନିଆରୁ ଦୂରେଇ ଦେଉଥିବା ଦେଖିବାକୁ ମିଳିଛି। ଟିଭି ରିୟାଲିଟି ଶୋ’ ସୁପର ଡ୍ୟାନସର ଚାପ୍ଟର ୪ରୁ ଶିଳ୍ପା ଜଜ୍ ଚୌକି ଛାଡ଼ି ଦେଇଛନ୍ତି।

ସୁପର ଡ୍ୟାନସର ଚାପ୍ଟର ୪ରେ ଏବେ ଶିଳ୍ପାଙ୍କ ସ୍ଥାନରେ ଅଭିନେତ୍ରୀ କରିସ୍ମା କପୁରଙ୍କୁ ଦେଖିବାକୁ ମିଳିବ। ନିକଟରେ ଏହି ସିଜିନର ଏକ ପ୍ରୋମୋରେ କରିସ୍ମା କପୁରଙ୍କୁ ଶିଳ୍ପା ସେଟ୍ଟୀଙ୍କ ସ୍ଥାନରେ ଦେଖିବାକୁ ମିଳିଛି।