ବିଶ୍ୱ ନିର୍ବାଚନ ସଂସ୍ଥାନ ସଂଘର ଅଧ୍ୟକ୍ଷ ଦାୟିତ୍ୱ ନେଲେ ସୁନୀଲ ଆରୋରା

ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ସୁନୀଲ ଆରୋରା ଆଜି ବିଶ୍ୱ ନିର୍ବାଚନ ସଂସ୍ଥାନ ସଂଘ (ଏଡବ୍ଲୁଇବି)ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ। ଏଥି ସହିତ ରୋମାନିଆ ନିକଟରୁ ସଂଘର ଅଧ୍ୟକ୍ଷତା ଦାୟିତ୍ୱ ଭାରତ ଗ୍ରହଣ କରିଛି।

୨୦୧୭ରେ ବୁକାରେଷ୍ଟ ଠାରେ ଅନୁଷ୍ଠିତ ଏଡବ୍ଲୁଇବିର ଗତ ସାଧାରଣ ପରିଷଦ ବୈଠକରେ ଭାରତକୁ ସର୍ବସମ୍ମତିକ୍ରମେ ସଂଘର ଉପାଧ୍ୟକ୍ଷ ପଦବୀ ଲାଗି ମନୋନିତ କରାଯାଇଥିଲା। ତେବେ ଆଜି ବିଦାୟୀ ଅଧ୍ୟକ୍ଷ ତଥା ରୋମାନିଆର ସ୍ଥାୟୀ ନିର୍ବାଚନ ପ୍ରାଧିକରଣର ପରାମର୍ଶଦାତା ମିଃ ଇଓନ ମିନକୁ ରାଡୁଲେସ୍କୁ ସଂଘର ନୂଆ ଅଧ୍ୟକ୍ଷ ଶ୍ରୀ ସୁନୀଲ ଆରୋରାଙ୍କୁ ଏଡବ୍ଲୁଇବିର ପତାକା ହସ୍ତାନ୍ତର କରିଥିଲେ।

ଦୁଇ ବର୍ଷ ଲାଗି ୨୦୨୧ ପର୍ଯ୍ୟନ୍ତ ଏହି ପତାକା ଭାରତୀୟ ନିର୍ବାଚନ ଆୟୋଗଙ୍କ ନିକଟରେ ରହିବ। ଏହି ବୈଠକରେ ୪୫ଟି ରାଷ୍ଟ୍ରର ୧୧୦ ଜଣ ପ୍ରତିନିଧି ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ଆରୋରାଙ୍କ ସମେତ ଦୁଇ ନିର୍ବାଚନ ଆୟୁକ୍ତ ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରକାଶିତ ତ୍ରୈମାସିକ ପତ୍ରିକା- ‘ଭଏସ ଇଣ୍ଟରନ୍ୟାସନାଲ’ର ଉନ୍ମୋଚନ କରିଥିଲେ। ଏଥିରେ ଶ୍ରେଷ୍ଠ ୨୫ଟି ରାଷ୍ଟର ନିର୍ବାଚନ ପରିଚାଳନା ବ୍ୟବସ୍ଥା ବିଷୟରେ ବିସ୍ତୃତ ବର୍ଣ୍ଣନା ରହିଛି।