ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ଆସନ୍ତା ୭ରେ ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ଡାକରା

ରାଉରକେଲା,ଏନ୍ଏନ୍ଏସ୍: ଆସନ୍ତା ୭ ତାରିଖରେ ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ। ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ସୁନ୍ଦରଗଡରେ ରାଜ୍ୟର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ନେଇ କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।

ରାଜ୍ୟ ସରକାର ପୂର୍ବରୁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ସୁନ୍ଦରଗଡରେ ଏନଟିପିସି ନିର୍ମାଣ କରିଥିବା ଭିତ୍ତିଭୂମିରେ ଏମ୍ସ ହେଉ। କେନ୍ଦ୍ର ସରକାରଙ୍କ ଏକ ଟିମ୍ ପରିଦର୍ଶନରେ ଆସି ସବୁଜ ସଙ୍କେତ ବି ଦେଇସାରିଛନ୍ତି। କିନ୍ତୁ ଏବେ ଯାଏଁ ହେଉନାହିଁ ଏମ୍ସ ଘୋଷଣା। ଏମ୍ସ ପ୍ରତିଷ୍ଠା ଦାବି ନେଇ ଆଗକୁ ଆହୁରି ଆନ୍ଦୋଳନ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି।