ସୋମବାର ୬ଘଣ୍ଟା ପାଇଁ ସୁନ୍ଦରଗଡ ବନ୍ଦ ଡାକରା

ସୁନ୍ଦରଗଡ଼,ଏନ୍ଏନ୍ଏସ୍: ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିଲମ୍ବନର ପ୍ରତିବାଦରେ ବିଜେପିର ବିରୋଧ ପ୍ରଦର୍ଶନ କରିଛି । ୫ଟି ସଚିବ ଭିକେ ପାଣ୍ଡିଆନ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ସୋମବାର ସକାଳ ୬ ରୁ ୧୨ ପର୍ୟ୍ୟନ୍ତ ସୁନ୍ଦରଗଡ଼ ସହର ବନ୍ଦ ଡାକରା ବିଜେପି ଦେଇଛି । ସମସ୍ତ ଦୋକାନ ବଜାର, ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ୟ୍ୟାଳୟ ବନ୍ଦ କରାଯିବା ନେଇ ସୁନ୍ଦରଗଡ଼ ବିଜେପି ଜିଲା ସଭାପତି ବଟକିଶୋର ମିଶ୍ର ସୂଚନା ଦେଇଛନ୍ତି।