ଭୁବନେଶ୍ୱର,ଏନ୍ଏନ୍ଏସ୍: ବାଘୁଣୀ ସୁନ୍ଦରୀକୁ ନେବାକୁ ଆଜି ମଧ୍ୟପ୍ରଦେଶରୁ ଆସୁଛି ୬ ଜଣିଆ ଟିମ୍। ଅନୁଗୋଳ ସାତକୋଶିଆକୁ ୬ ଜଣିଆ ଟିମ୍ ଆସୁଥିବା ପିସିସିଏଫ ସୂଚନା ଦେଇଛନ୍ତି। ଟିମରେ ଅଛନ୍ତି ଜଣେ ଏସିଏଫ୍ ଓ ଜଣେ ପ୍ରାଣୀ ଚିକିତ୍ସକ। ସୁନ୍ଦରୀରର ବ୍ୟବହାର ଓ ସ୍ୱାସ୍ଥ୍ୟାବସ୍ଥାର ସମୀକ୍ଷା କରିବେ। ସମୀକ୍ଷା ପରେ ସୁନ୍ଦରୀ କେବେ ଫେରିବ ଟିମ୍ ନିଷ୍ପତ୍ତି ନେବ। ସ୍ଥିତି ପରଖିବା ପରେ ବାଘୁଣୀକୁ ସ୍ଵତନ୍ତ୍ର ଗାଡିରେ ନେଇ କାହ୍ନା ଅଭୟାରଣ୍ୟର ଗରିଲା ଏନକ୍ଲୋଜରରେ ଛଡାଯିବାର ଯୋଜନା ରହିଛି।
ଉଲ୍ଲେଖଯୋଗ୍ୟ, ପ୍ରଥମ ଅନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପରେ ଏନଟିସିଏର ନିଷ୍ପତ୍ତି ସ୍ପରୂପ ‘ସୁନ୍ଦରୀ’କୁ ସାତକୋଶିଆ ଅଣାଯାଇଥିଲା। ମାତ୍ର ବାଘୁଣୀ ସୁନ୍ଦରୀ ଜଣେ ସ୍ଥାନୀୟ ଲୋକଙ୍କୁ ଆକ୍ରମଣ କରିବା ଫଳରେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା।