ପୂର୍ବତନ ବାଚସ୍ପତି ସୁମିତ୍ରା ମହାଜନଙ୍କ ପରଲୋକ

ନୂଆଦିଲ୍ଲୀ, ଏଜେନ୍ସି:  ପୂର୍ବତନ  ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କ ପରଲୋକ  ହୋଇଛି। ସେ କରୋନାରେ  ଥିଲେ।  ଗୁରୁବାର ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଛି।  ୧୯୪୩ ମସିହା ଏପ୍ରିଲ ୧୨ରେ ଜନ୍ମଗ୍ରହଣ କରିଥିବା ସୁମିତ୍ରା ମହାଜନ ବିଜେପିର ଜଣେ ବରିଷ୍ଠ ନେତ୍ରୀ ଭାବେ ଜଣାଶୁଣା ।

  ପ୍ରକାଶ ଯେ, ୨୦୧୪ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ ଲୋକସଭାରେ ବାଚସ୍ପତି ଭାବେ ନିଜର କର୍ତ୍ତବ୍ୟ ତୁଲାଇଛନ୍ତି ସୁମିତ୍ରା । ନିଜର ଦକ୍ଷତା ଏବଂ ପାରଦର୍ଶିତା ଯୋଗୁ ପରିଚିତ ରହିଥିଲେ । ଗୃହରେ ସଦସ୍ୟଙ୍କୁ ନେଇ ଶୃଙ୍ଖଳିତ ଭାବେ କାର୍ଯ୍ୟ କରିବାରେ ଦକ୍ଷ ରହିଥିଲେ ସୁମିତ୍ରା ମହାଜନ । କିଛି ଦିନ ତଳେ ତାଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଥିଲା । ମେଡିକାଲରେ ଚିକିତ୍ସା ଚାଲିଥିବା ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।