ସମ୍ ହସ୍ପିଟାଲରେ କୋଭିଡ ୧୯ ଭ୍ୟାକସିନର ମାନବ ପରୀକ୍ଷଣ ଆରମ୍ଭ ରାଜ୍ୟ By Nitidin Last updated Jul 27, 2020 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେନ୍ସ ଆଣ୍ଡ ସମ ହସ୍ପିଟାଲରେ କରୋନା ମହାମାରୀର ମୁକାବିଲା ନିମନ୍ତେ କୋଭିଡ-୧୯ ଭ୍ୟାକସିନର ମାନବ ପରୀକ୍ଷଣ ଆରମ୍ଭ ହୋଇଛି। ଏହି ପରୀକ୍ଷଣ ନିମନ୍ତେ ଗତ ୨୦ ତାରିଖରେ ଆରମ୍ଭ ହୋଇଥିବା ପ୍ରିଭେନଟିଭ ଆଣ୍ଡ ଥେରାପିଉଟିକ କ୍ଲିନିକାଲ ୟୁନିଟରେ ସ୍ୱେଛାସେବୀମାନଙ୍କ ଶରୀରରେ ଭ୍ୟାକସିନର ପ୍ରୟୋଗ କରାଯାଇଛି । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କରାଯାଇଥିବା Covaxin ନାମକ ଏହି ଭ୍ୟାକସିନର ପରୀକ୍ଷଣ ନିମନ୍ତେ ଅନେକ ସ୍ୱେଚ୍ଛାସେବୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ପାଉଥିବା ସୂଚନା ଦେଇଛନ୍ତି ଡା. ଇ ଭେଙ୍କଟ ରାଓ । ପରୀକ୍ଷଣ ପରେ ସେମାମାନଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି ଓ ସମସ୍ତେ ସୁସ୍ଥ ଅଛନ୍ତି ବୋଲି ଡା. ରାଓ ସୂଚନା ଦେଇଛନ୍ତି । ଭାରତ ବାୟୋଟେକକୁ ଏହି ଭ୍ୟାକସିନ ପରୀକ୍ଷଣରେ ସହଯୋଗ କରୁଥିବା ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ (ଆଇସିଏମଆର ) ପରୀକ୍ଷଣ ନିମନ୍ତେ ଦେଶର ୧୨ ଟି ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନକୁ ବାଛିଥିବାବେଳେ ଓଡିଶାର ଏକମାତ୍ର ଅନୁଷ୍ଠାନ ଭାବେ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲକୁ ମନୋନୀତ କରାଯାଇଛି । ଇଛୁକ ସ୍ୱେଛାସେବୀମାନେ ptctu.soa.ac.in ୱେବସାଇଟ ରେ ପଞ୍ଜିକରଣ କରିପାରିବେ। Share