ବିଷ ପିଇ ମହିଳାଙ୍କ ଆତ୍ମହତ୍ୟା

କାଶୀନଗର, ଏନ୍ଏନ୍ଏସ୍: ଗଜପତି ଜିଲ୍ଲା କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ୧୦ନମ୍ବର ଓା୍ୱର୍ଡରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଲୋକମାନେ ଦୀପାବଳୀ ମଉଜ ମନାଉଥିବା ବେଳେ ପିଟାମ୍ ସେଟ୍ରି ସୁନିତା ନାମ୍ନୀ ଜଣେ(୨୫) ମହିଳା ସୁପରଭାସ୍ମଲ୍ ପାନକରି ଆତ୍ମହତ୍ୟା କରିଦେଇଛି।

ସୂଚନା ଅନୁଯାୟୀ, ସୁନିତାଙ୍କ ସ୍ୱାମୀ ମୃତ। ଏହାକୁ ନେଇ ସେ ସବୁବେଳେ ମାନସିକ ଚାପରେ ରହୁଥିଲା। ତେଣୁ ବିଷ ପାନକରି ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ମୃତ ସୁନିତା ଘରେ ମରି ପଡ଼ିଥିବା ବେଳେ ପୁଲିସ ଖବର ପାଇ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପାରଳାଖେମୁଣ୍ଡି ସରକାରୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଉକ୍ତ ଘଟଣାକୁ ନେଇ ପାରଳାଖେମୁଣ୍ଡି ଥାନାରେ ଏକ ଅପମୃତ୍ୟୁ ମାମଲା ରଜୁ କରାଯାଇଛି। ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଘଟଣାର ସୁଚନା ଜଣାଇଛନ୍ତି।