ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଟିକ୍ରାପଡ଼ା ଗ୍ରାମର ବଳଦେବ ରଣା (୫୨) ଗାଁ ମୁଣ୍ଡ ବରଗଛରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ବଳଦେବଙ୍କ ସ୍ତ୍ରୀ ବନିତା ରଣା ଟିକ୍ରାପଡ଼ା ଫାଣ୍ଡିରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାସ୍ଥଳରୁ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ପଠାଇଥିଲା । ପରେ ଶବକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ମାମଲା ରୁଜୁ ହେବାପରେ ଫାଣ୍ଡିି ଅଧିକାରୀ ଆଦିତ୍ୟ ପ୍ରସାଦ ସାହୁ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ପ୍ରକାଶ ଥାଉକି, ବଳଦେବଙ୍କ ୨୦ ଓ ୨୨ ବର୍ଷର ଦୁଇ ଝିଅଙ୍କ ବାହାଘର ସରିଥିବାବେଳେ ଆଉ ଦୁଇ ପୁଅ ଅଛନ୍ତି।