କନେଷ୍ଟବଳଙ୍କ ଆତ୍ମହତ୍ୟା

କଟକ,ଏନ୍ଏନ୍ଏସ୍ : ମଙ୍ଗଳାବାଗ ଥାନା ଅଞ୍ଚଳରେ ଭଡାରେ ରହୁଥିବା ଜଣେ ପୁଲିସ କନେଷ୍ଟବଳ ଆଜି ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମଳିଛିି। ଆତ୍ମହତ୍ୟାର କାରଣ ଜଣାପଡିନଥିବା ବେଳେ ମାନସିକ ଚିନ୍ତା ଯୋଗୁ କନେଷ୍ଟବଳ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମଙ୍ଗଳାବାଗ ଥାନା ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ କରିବା ପାଇଁ ମେଡିକାଲକୁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, , ମଙ୍ଗଳାବାଗ ଥାନା ଅନ୍ତର୍ଗତ କୁମ୍ଭାର ସାହିର ସୁମିତ୍ରା ଲେନରେ କନେଷ୍ଟବଳ ସନ୍ତୋଷ କୁମାର ଭୂୟାଁ ଭଡାରେ ରହୁଥିଲେ। ଆଜି ସନ୍ତୋଷ ଭଡାଘରେ ଏକାକି ଥିଲେ। ଘରେ ଥିବା ଫ୍ୟାନରେ ରଶି ଲଗାଇ ସନ୍ତୋଷ ଆତ୍ମହତ୍ୟା କରିଥିଲା। ଏ ସଂପର୍କରେ ଖବର ପାଇ ମଙ୍ଗଳାବାଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଶବକୁ ଜବତ କରିଥିଲେ। ବ୍ୟବଚ୍ଛେଦ ପାଇଁ ଏସସିବି ମେଡିକାଲ ପଠାଇ ତଦନ୍ତ ଆରମ୍ଭ କରୁଛନ୍ତି।