ରାୟଗଡା,ଏନ୍ଏନ୍ଏସ୍ : ପାରିବାରିକ କଳହରୁ ଜଣେ ୪୮ ବର୍ଷ ବୟସ୍କ ବ୍ୟକ୍ତି ଆତ୍ମହତ୍ୟା। ବର୍ତମାନ ସୁଦ୍ଧା ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନଥିଲେ ସୁଦ୍ଧା ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ନେଇ ଜଣାପଡିଛି।
ସୂଚନା ମୁତାବକ, ରାୟଗଡା ସହରସ୍ଥିତ ମଙ୍ଗଳ ମନ୍ଦିର ନିକଟରେ ଥିବା ବିଜୁ କଲ୍ୟାଣ ମଣ୍ଡପ ନିକଟରେ ସଚ୍ଚିଦାନନ୍ଦ ଦାସ (୪୮ ) ନିଜ ପରିବାର ସହ ରହୁଥିଲେ। ସଚ୍ଚିଦାନନ୍ଦ ଦାସ ଗ୍ୟାସ ସିଲିଣ୍ଡର ଡେଲିଭରି ବୟ ଭାବେ କାମ କରୁଥିଲେ। ବୁଧବାର ବିଳମ୍ବିତ ରାତିରେ ପରିବାର ଲୋକଙ୍କ ସହ ସଚ୍ଚିଦାନନ୍ଦ ଦାସ ପାଟିତୁଣ୍ଡ କରିଥିଲେ। ପରେ ଶ୍ରୀ ଦାସ ନିଜ ବେକରେ ଏକ ଲୁଗା ଲଗାଇ ଆତ୍ମହତ୍ୟା କରିଥିଲେ। ଘଟଣାର ତଦନ୍ତ ରାୟଗଡା ପୋଲିସ କରୁଥିବା ବେଳେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।