ଘର ସାମ୍ନା ଗଛରେ ଫାଶୀ ଲଗାଇ ଝୁଲି ପଡ଼ିଲେ ବୃଦ୍ଧା

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ବନମାଳୀପୁର ଗ୍ରାମରେ ଏକ ଗଛରେ ଜଣେ ବୃଦ୍ଧାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ଗ୍ରାମର ଅମିନ ବେହେରାଙ୍କ ପତ୍ନୀ ରମଣୀ ବେହେରା ବୋଲି ଜଣାପଡ଼ିଛି। ଆତ୍ମହତ୍ୟାର କାରଣ ଜଣାପଡି ନଥିବାବେଳେ ଘଟଣାସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ତୁରୁମୁଙ୍ଗା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।