ଥାନା ଭିତରେ ଆତ୍ମହତ୍ୟା

ବ୍ରହ୍ମପୁର,ଏନ୍ଏନ୍ଏସ୍: ଥାନା ଭିତରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନାରେ। ଏକ ଗଣ୍ଡଗୋଳ ମାମଲାରେ ଆଜି ପୁଲିସ ଉକ୍ତ ଯୁବକକୁ ଗିରଫ କରିଥିଲା। ତେବେ ଯୁବକ ଜଣକ ନିଜେ ପିନ୍ଧିଥିବା ବେଲ୍ଟ ବେକରେ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଥାନା ପରିସରରେ ଥିବା ମହିଳା ଓ ଶିଶୁ ଡେସ୍କ କୋଠରୀରୁ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ତାଙ୍କ ଘର ଗୋଳନ୍ଥରା ଥାନା ରଙ୍ଗିପୁର ଗ୍ରାମର ବୋଲି ଜଣାପଡ଼ିଛି।