ଏମ୍ସରେ ସଫଳ ଅସ୍ତ୍ରୋପଚାର: ସୁଦାମଙ୍କ ତୃତୀୟ ଗୋଡ଼କୁ ବାହାର କରିଦିଆଗଲା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏମ୍ସ ଭୁବନେଶ୍ୱରରେ ତିନିଗୋଡ଼ିଆ ଶିଶୁ ସୁଦାମଙ୍କ ସଫଳ ଅସ୍ତ୍ରୋପଚାର ହୋଇଛି। ସୁଦାମଙ୍କ ଜନ୍ମରୁ ବାହାରି ଥିବା ତୃତୀୟ ଗୋଡ଼କୁ ଏମ୍ସର ଡାକ୍ତରମାନେ ଦୀର୍ଘ ୫ଘଣ୍ଟା ଧରି ଅସ୍ତ୍ରୋପଚାର କରି ତୃତୀୟ ଗୋଡ଼କୁ ବାହାର କରିଦେଇଛନ୍ତି। ବର୍ତ୍ତମାନେ ସୁଦାମ ଆଇସିୟୁରେ ଅଛନ୍ତି। ସୁଦାମଙ୍କ କେବଳ ଯେ ତିନୋଟି ଗୋଡ଼ ଥିଲା ତାହା ନୁହେଁ, ତାଙ୍କର କାନକୁ ଭଲ ଭାବରେ ଶୁଣାଯାଉନାହିଁ କି ଆଖିକୁ ଠିକ୍ ଭାବରେ ଦେଖାଯାଉନାହିଁ। ତେଣୁ ଏହି ସବୁ ଚିକିତ୍ସା ପାଇଁ ସୁଦାମଙ୍କ ଆହୁରି ୫ଟି ଅସ୍ତ୍ରୋପଚାର କରାଯିବାର ଅଛି ବୋଳି ତାଙ୍କ ବାପାମାଆ କହିଛନ୍ତି।

ରାଜ୍ୟ ସରକାର ହୁଅନ୍ତୁ ବା କେନ୍ଦ୍ର ସରକାର ବର୍ତ୍ତମାନ ରୋଗୀ ଚିକିତ୍ସା କ୍ଷେତ୍ରରେ ଯୁଗାନ୍ତକାରୀ ପଦକ୍ଷେପ ନେଉଛନ୍ତି। ଗରିବ ଓ ଅସହାୟଙ୍କୁ ତୁରନ୍ତ ଚିକିତ୍ସା କ୍ଷେତ୍ରରେ ସହଯୋଗର ହାତ ବଢ଼ାଉଛନ୍ତି। ରାଜ୍ୟ ସରକାର ଯାଆଁଳା ପିଲା ଜଗା-କାଳିଆଙ୍କୁ ଚିକିତ୍ସା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପକ୍ଷେପ ଗ୍ରହଣ କରିଛନ୍ତି, ଯାହାକୁ ନେଇ ଓଡ଼ିଶା ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ପାଇଛି।

ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଏକ ୩ ଗୋଡ଼ିଆ ଶିଶୁର ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଥିଲେ। ବାଲେଶ୍ୱର ଜିଲ୍ଲାର ଔପଡ଼ା ବ୍ଲକ୍ର ବଡ଼ପୋଖରୀ ଗ୍ରାମର ଶିଶୁ ସୁଦାମ ଚରଣ ବେହେରାଙ୍କୁ ଗତ ମାସ ୪ତାରିଖରେ ଏମ୍ସ ଭୁବନେଶ୍ୱରରେ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି। ସୁଦାମ ବର୍ତ୍ତମାନ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି। ସୁଦାମଙ୍କ ଚିକିତ୍ସା ପାଇଁ ଏକ ଟିମ୍ ଗଠନ କରାଯାଇଛି। ଏହି ଟିମ୍ ସୁଦାମଙ୍କ ଚିକିତ୍ସା ଜାରି ରଖାଯାଇଛି।

ସୁଦାମର ଜନ୍ମରୁ ତିନୋଟି ଗୋଡ଼ ରହିଛି। ଫଳରେ ସୁଦାମ ତା’ର କୌଣସି କାର୍ଯ୍ୟ ଠିକ୍ ଭାବରେ କରିପାରୁନାହିଁ। ଫଳରେ ଶିଶୁର ଜୀବନ କଷ୍ଟସାଧ୍ୟରେ ପରିଣତ ହୋଇଛି। ଏହି ଶିଶୁର ମୁହଁରେ ହସ ଫୁଟାଇବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଉଦ୍ୟମ ଆରମ୍ଭ କରିଛନ୍ତି। କେନ୍ଦ୍ର ମନ୍ତ୍ରୀଙ୍କ ଏପରି କାର୍ଯ୍ୟକୁ ଚାରିଆଡ଼େ ଭୂୟସୀ ପ୍ରଶଂସା କରାଯାଇଛି। ବାଲେଶ୍ୱର ଜିଲ୍ଲାର ସେଚ୍ଛାସେବୀ ସଂଗଠନ ମାନବ ଉତ୍ଥାନ ସେବା ସଂସ୍ଥାନ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀଙ୍କୁ ସହାୟତା ପାଇଁ ଅନୁରୋଧ କରାଯାଇଥିଲା। ଏହାପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଏମ୍ସ କର୍ତ୍ତୃପକ୍ଷଙ୍କୁ ଏକ ଚିଠି ଲେଖି ଅନୁରୋଧ କରିଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ଏହି ଚିଠିକୁ ଗମ୍ଭୀରତାର ସହିତ ନେଇଥିଲେ ଏମ୍ସ କର୍ତ୍ତୃପକ୍ଷ।

ଚିକିତ୍ସାରେ ସମସ୍ତ ସହଯୋଗ କରିବା ଲାଗି ପ୍ରତିଶ୍ରୁତି ଦେଇଥିଲେ। ସୁଦାମ ଏମ୍ସରେ ଭର୍ତ୍ତି ହେଲା ପରେ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ମଧ୍ୟ ଏମ୍ସ କର୍ତ୍ତୃପକ୍ଷଙ୍କୁ ଭେଟି ଚିକିତ୍ସା ଉପରେ ଆଲୋଚନା କରିଥିଲେ। ସେତେବେଳେ ସଂସ୍ଥାନର ସଭାପତି ଜୟନ୍ତ କୁମାର ପ୍ରଧାନ, ସାମ୍ବାଦିକ ରାମଜୀବନ ଗୋଚ୍ଛାୟତ, ସନତ କୁମାର ପାତ୍ର, ସୁଧାକର ସେଠୀ, ମଧୁସୂଦନ ବେହେରା ପ୍ରମୁଖ ଏଭଳି କାର୍ଯ୍ୟପାଇଁ ଚାରିଆଡ଼େ ପ୍ରଶଂସା କରାଯାଇଛି। ଜାଗା-କାଳିଆଙ୍କୁ ଯେପରି ଭାବରେ ସରକାରୀ ସହାଯ୍ୟ ଯୋଗାଇ ଦିଆଯାଇଥିଲା, ସେହିପରି ସୁଦାମଙ୍କୁ ପ୍ରଦାନ କରାଯାଉ ବୋଲି ସେମାନେ ମଧ୍ୟ ଦାବି କରିଆସୁଥିଲେ।