ପରକୀୟାପ୍ରୀତିର କରୁଣ ପରିଣତି : ଉଭୟ ପ୍ରେମୀଯୁଗଳ ଝୁଲୁଥିବା ଅବସ୍ଥାରେ ମୃତଦେହ ଉଦ୍ଧାର

ଗୟା, ଏନ୍ଏନ୍ଏସ୍ : ବିହାରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ମହିଳା ଓ ଜଣେ ପୁରୁଷଙ୍କ ମୃତଦେହ ଏକ ଗଛରୁ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ପରକୀୟାପ୍ରୀତି ଯୋଗୁ ଏପରି ଘଟିଥାଏ ବୋଲି ସୂଚନା ମିଳିଛି। ମୃତକ ଦ୍ୱୟ ହେଲେ କୁନ୍ଦନ ମାଞ୍ଝୀ ଏବଂ ଲାଲତୀ ଦେବୀ। ଘଟଣାସ୍ଥଳରେ ପୁଲିସ ପହଂଚି ମୃତଦେହକୁ ବ୍ୟବଚ୍ଛଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରୁଛି।
ସୂଚନା ଅନୁଯାୟୀ, ପଡ଼ୋଶୀଙ୍କ କହିବା ମୁତାବକ ଲାଲତୀ ଦେବୀ ବିବାହିତ ହୋଇଥିଲେ ମଧ୍ୟ , କୁନ୍ଦନ ମାଞ୍ଝୀ ତାଙ୍କ ଠାରୁ ସାନ ହୋଇଥିଲେ ମଧ୍ୟ ଲାଲତୀ ଦେବୀ ଅନୈତିକ ସମ୍ପର୍କ ରଖୁଥିଲେ। ଏହି ସମ୍ପର୍କକୁ ନେଇ ପରିବାର ମଧ୍ୟରେ ଗଣ୍ଡଗୋଳ ଲାଗି ରହୁଥିଲା। ଏହାକୁ ଲାଲତୀ ଦେବୀଙ୍କ ଶାଶୂଘର ଲୋକେ ସହଜରେ ଗ୍ରହଣ କରିପାରୁ ନଥିଲେ।
ମହିଳାଙ୍କ ସ୍ୱାମୀ ଓ ତାଙ୍କ ସାଙ୍ଗମାନଙ୍କ ସହିତ ମିଶି ହତ୍ୟା କରିଛନ୍ତି ବୋଲି ଥାନାରେ ଅଭିଯୋଗ ହୋଇଛି। ପୁଲିସ ମହିଳାଙ୍କ ସ୍ୱାମୀ ଓ ଶଶୁରଙ୍କୁ ଗିରଫ କରିଛି ବୋଲି ସୂଚନା ମଳିଛି।