‘ବ୍ରହ୍ମୋସ’ର ଜାହାଜ-ବିଧ୍ୱଂସୀ କ୍ଷମତାର ସଫଳ ପରୀକ୍ଷଣ

ମୁମ୍ବାଇ,ଏଜେନ୍ସି: ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ମଙ୍ଗଳବାର ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ବ୍ରହ୍ମୋସ ସୁପରସୋନିକ୍ କ୍ଷେପଣାସ୍ତ୍ରର ଜାହାଜ-ବିଧ୍ୱଂସୀ କ୍ଷମତାର ସଫଳ ପରୀକ୍ଷଣ କରାଯାଇଛି। ଭାରତୀୟ ନୌବାହିନୀର ‘ଆଇଏନଏସ ରାଜପୁତ’ ଜାହାଜରୁ ସକାଳ ୯.୨୫ ସମୟରେ ଏହି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା। ପ୍ରାୟ ୩୦୦ କିମି ଦୂରରେ ବଙ୍ଗୋପସାଗରସ୍ଥିତ କାର୍ ନିକୋବର ଦ୍ୱୀପପୁଞ୍ଜ ନିକଟରେ ଥିବା ଅନ୍ୟ ଏକ ଜାହାଜକୁ ଏହା ସଫଳତାର ସହ ଲକ୍ଷ୍ୟଭେଦ କରିଥିବା ଡିଆରଡିଓ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ନଭେମ୍ବର ୨୪ରେ ଏହି କ୍ଷେପଣାସ୍ତ୍ରର ଭୂପୃଷ୍ଠରେ ଥିବା ଟାର୍ଗେର୍ଟର ସଫଳ ପରୀକ୍ଷଣ କରାଯାଇଥିଲା।