ଅପହଞ୍ଚ ଇଲାକାରେ କିଡ଼ନୀ ରୋଗର ସଫଳ ଉପଚାର

ମାଲକାନଗିରି,ଏନ୍ଏନ୍ଏସ୍: ଆଜିର ବିଜ୍ଞାନ ଯୁଗରେ ମଧ୍ୟ ମନୁଷ୍ୟ ଭଗବାନଙ୍କ ପ୍ରତି ଆସ୍ଥା ପ୍ରକଟ କରିଆସୁଛି। କିଡନୀ ରୋଗମାନେ ନିଜର ସମସ୍ତ ଉପାର୍ଜିତ ଧନ ସମ୍ପତି ଖର୍ଚ୍ଚ କରିବା ପରେ କିମ୍ବା ଡାକ୍ତରମାନେ ହାତ ଟେକି ଦେବା ପରେ ଭଗବାନଙ୍କ ଉପରେ ବିଶ୍ୱାସ କରି ଏଠାକୁ ଆସି ସୁସ୍ଥ ହୋଇଥିବା ଦେଖାଯାଇଛି। ତେବେ ଏଥିପାଇଁ କୌଣସି ନିର୍ଦ୍ଦଷ୍ଟ ଅର୍ଥ ମଧ୍ୟ ଦେବାକୁ ପଡ଼ିନଥାଏ। କେବେଳ ଭଗବାନଙ୍କ ଉପରେ ଆସ୍ଥା ରଖି ଶେଷ ମୂହୂର୍ତରେ ଏଠାକୁ ଆସି ଆଜି ଭଲ ହୋଇ ନିଜ ଘରକୁ ଫେରିଛନ୍ତି ଅନେକ ରୋଗୀ।

ଏହି ରୋଗର ଉପଶମ କରୁଥିବା ମହିଳା ଜଣକ ରୋଗୀଙ୍କ ପାଇଁ କୌଣସି ଭଗବାନଙ୍କଠାରୁ କମ ନୁହନ୍ତି। ଏଭଳି କିଡ଼ନୀ ରୋଗ ଭଲ କରୁଛନ୍ତି, ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏମ.ଭି-୧୦୪ ଗ୍ରାମର ଜଣେ ମହିଳା।
ମାଲକାନଗିରି ଜିଲ୍ଲା ସଦର ମହକୁମାଠାରୁ ପ୍ରାୟ ୩୨ କିଲୋମିଟର ଦୂରରେ ଅବସ୍ଥିତ ଏମ.ଭି-୧୦୪ ଗ୍ରାମର। ଏହି ଗ୍ରାମ ବର୍ତମାନ କିଡ଼ନୀ ରୋଗର ସଫଳ ଚିକିତ୍ସା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ବେଶ ପରିଚିତ।

ଗ୍ରାମର ପ୍ରଦୀପ ସରକାରଙ୍କ ପତ୍ନୀ ତରୁଲତା ସରକାର ଗତ କିଛି ବର୍ଷ ହେଲା କିଡ଼ନୀ ରୋଗର ସଫଳ ଚିକିତ୍ସା କରି ଆସୁଛନ୍ତି। ତେଣୁ ଏହି ଗ୍ରାମରେ ପ୍ରତ୍ୟେକ ଶନିବାର ଓ ମଙ୍ଗଳବାର ଦିନ ଶହ ଶହ କିଡ଼ନୀ ରୋଗୀଙ୍କୁ ଲମ୍ବା ଧାଡ଼ି ଦେଖିବାକୁ ମିଳିଥାଏ। ତରୁଲତା ମାଁ ଦୁର୍ଗାଙ୍କୁ ସ୍ମରଣ କରି ନିଆଁରେ ପୋଡ଼ି ଦିଆଯାଇଥିବା ଲେମ୍ବୁ ରସ, ଗୁଡ ଓ କଦଳୀରେ ପ୍ରସ୍ତୁତ ରସକୁ ମାଁ ଦୁର୍ଗାଙ୍କ ନିକଟରେ ଭୋଗ କରାଯାଏ ଓ ସେହି ରସକୁ ରୋଗୀଙ୍କୁ ଦିଆଯାଇଥାଏ।

ଏଭଳି ପ୍ରତ୍ୟେକ ମଙ୍ଗଳବାର କିମ୍ବା ଶନିବାର ଲଗାତାର ୬ ଥର ସେବନ କଲେ କିଡ଼ନୀ ରୋଗ ଭଲ ହୋଇଥାଏ। ଏଥିପାଇଁ ରୋଗୀଙ୍କୁ ସକାଳୁ କୌଣସି ଖାଦ୍ୟ ନ ଖାଇ ଖାଲି ପେଟରେ ଯିବାକୁ ପଡ଼ିଥାଏ। ଏଥିପାଇଁ ଏଠାରେ କେବଳ ଓଡ଼ିଶା ନୁହେଁ ଆଖପାଖ ଛତିଶଗଡ଼ର ରାୟପୁର, ଜଗଦଲପୁର, ରାଜସ୍ଥାନର ଯଧପୁର , ଜୟପୁର ଓ ଆନ୍ଧ୍ର ପ୍ରଦେଶରୁ ମଧ୍ୟ ଶହ ଶହ ରୋଗୀ ଆସିଥାନ୍ତି। ପ୍ରତି ପାଳିରେ ପ୍ରାୟ ୧୦୦ରୁ ଅଧିକ ରୋଗୀଙ୍କ ସେ ଚିକିତ୍ସା କରିଥିବା ଦେଖାଯାଇଛି। ଏଠାକୁ ଆସି ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇଥିବା ନେଇ ଅନେକ ରୋଗୀ ପ୍ରକାଶ କରିଛନ୍ତି।

ତେବେ ଏହାକୁ ଡାକ୍ତରମାନେ ବିଶ୍ୱାସ କରୁନଥିବା ବେଳେ ଯେଉଁ ରୋଗୀ ଆସି ଏଠାରେ ସୁସ୍ଥ ହେଉଛନ୍ତି, ସେମାନେ ହିଁ ଏହାକୁ ବିଶ୍ୱାସ କରୁଛନ୍ତି। ଏହାକୁ ଜନସାଧାରଣ ଭଗବାନଙ୍କ ଚମତ୍କାର ବୋଲି କହୁଛନ୍ତି।