ନିଟ ପରୀକ୍ଷାରେ ବୁଢ଼ୀକାପୁଡି ଗ୍ରାମର ଜ୍ୟୋତିପ୍ରକାଶଙ୍କ ସଫଳତା

ପାଟଣା,ଏନ୍ଏନ୍ଏସ୍: ଶୁକ୍ରବାର ନିଟ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଏଥିରେ ପାଟଣା ବ୍ଲକ ବୁଢ଼ିକାପୁଡି ଗ୍ରାମର ଜ୍ୟୋତିପ୍ରକାଶ ମହାନ୍ତ ସଫଳତା ପାଇଛନ୍ତି। ସେ ୭୨୦ ନମ୍ବରରୁ ୬୪୭ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ୪୨୮୪ ର‍୍ୟାଙ୍କ ଓ କାଟାଗୋରି କାଲରେ ୧୪୭୦ ସ୍ଥାନରେ ରହିଥିବା ଜଣାପଡ଼ିଛି। ସେ ବୁଢ଼ୀକାପୁଡି ହାଇସ୍କୁଲର ହିନ୍ଦୀ ଶିକ୍ଷକ ଘନଶ୍ୟାମ ମହାନ୍ତଙ୍କ ପୁତ୍ର ଅଟନ୍ତି।

ଜ୍ୟୋତିପ୍ରକାଶ ବ୍ରହ୍ମପୁର ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଯୁକ୍ତ ୨ ବିଜ୍ଞାନରେ ପଢିବା ପରେ ଉକ୍ତ ବିଦ୍ୟାଳୟରେ ନିଟ ସକାଶେ କୋଚିଂ ନେଉଥିଲେ। ଜ୍ୟୋତିପ୍ରକାଶ ତାଙ୍କର ଏହି ସଫଳତା ପାଇଁ ଶ୍ରେୟ ଗୁରୁଜୀ ଓ ଗୁରୁମା, ବାପା-ମା’ଙ୍କୁ ଦେଇଛନ୍ତି। ଭବିଷ୍ୟତରେ ଜଣେ ସଫଳ ଡାକ୍ତର ହୋଇ ରୋଗୀ ସେବା କରିବେ ବୋଲି କହିଛନ୍ତି। ତାଙ୍କର ଏହି ସଫଳତା ପାଇଁ ବୁଢ଼ୀକାପୁଡି ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।