ସୁବର୍ଣ୍ଣଶ୍ରୀ ଶାଢ଼ୀ ଓ ଟେରାକୋଟା ସାମଗ୍ରୀ ବିକ୍ରୟ କେନ୍ଦ୍ରକୁ ଉଦଘାଟନ କଲେ ୩ ମନ୍ତ୍ରୀ

ସୁବର୍ଣ୍ଣପୁର,ଏନ୍‌ଏନ୍‌ଏସ୍‌: ସୁବର୍ଣ୍ଣପୁରର ସାଂସ୍କୃତିକ ଐତିହ୍ୟ, କଳା, ହସ୍ତ ଶିଳ୍ପକୁ ଉତ୍ପାଦକ ସଂସ୍ଥା ‘ସୁବର୍ଣ୍ଣଶ୍ରୀ’ ମାଧ୍ୟମରେ ପ୍ରତିଫଳିତ ହେଉଛି । ଏହି ପରିପ୍ରେକ୍ଷୀରେ ଆଜି ସୋନପୁର ବ୍ଲକ ଛକରେ ‘ସୁବର୍ଣ୍ଣଶ୍ରୀ’ର ବିପଣନ କେନ୍ଦ୍ରକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓ ହସ୍ତତନ୍ତ ମନ୍ତ୍ରୀ ପଦ୍ମିନୀ ଦିଆନ ଉଦଘାଟନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ହସ୍ତତନ୍ତ, ବୟନ ଓ କାରିଗରୀ ବିଭାଗ ସଚିବ ଶୁଭା ଶର୍ମା, ସୁବର୍ଣ୍ଣପୁର ଜିଲ୍ଲାପାଳ ଅବଲୀ ସୁନିଲ ନରୱାଣେ ପ୍ରମୁଖ ଉପସ୍ଥିତ ଥିଲେ ।

ସେହିପରି ସୁବର୍ଣ୍ଣପୁର ପୌର ପରିଷଦର ମଦର ଟେରେସା ମିଶନଶକ୍ତି ଫେଡେରେସନ ଦ୍ୱାରା ଏକ ଡାଲି ଉତ୍ପାଦନ କେନ୍ଦ୍ର ଓ ଟେଲରିଙ୍ଗ ୟୁନିଟକୁ ମଧ୍ୟ ଉପରୋକ୍ତ ମନ୍ତ୍ରୀମାନେ ଉଦଘାଟନ କରିଛନ୍ତି । ଏହି ଆତ୍ମ ନିର୍ଭରଶୀଳ ମହିଳାଙ୍କ ବିକାଶ ପର୍ବରେ ନିଜକୁ ସାମିଲ କରିବା ଏବଂ ଏଠାକାର ଉଚ୍ଚମାନର ଉତ୍ପାଦଗୁଡ଼ିକ ନିଜର ତଥା ପରିବାରର ବ୍ୟବହାର ନିମନ୍ତେ କ୍ରୟ କରି ଏମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।