ପୁରୀ,ଏନ୍ଏନ୍ଏସ୍: ପୁରୀ ଜିଲ୍ଲାରେ କିଭଳି କୋରୋନା ମୁକାବିଲା ପାଇଁ ପ୍ରସ୍ତୁତି କରାଯାଇଛି ସେନେଇ ସ୍ଥିତି ଅନୁଧ୍ୟାନ କରିବାକୁ କୋଭିଡ ୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି ପହଁଚିଛନ୍ତି। ସେ ସେଠାରେ ସମ୍ପୂର୍ଣ୍ଣ ସ୍ଥିତି ଅନୁଧ୍ୟାନ କରିବା ସହ ପୁରୀବାସୀଙ୍କୁ କୋରୋନା ସଂକ୍ରମଣ ପ୍ରତି ସତର୍କ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ପୁରୀ ଜିଲ୍ଲାରେ କରୋନା ପ୍ରତି ସତର୍କତା ଏବଂ ସଚେତନତା ପାଇଁ କଣ ସବୁ ପଦକ୍ଷେପ ନିଆଯାଉଛି। ସେଠାରେ କେଉଁ କେଉଁ ସ୍ଥାନରେ କେତେ ସଂଖ୍ୟାରେ ବେଡ ପ୍ରସ୍ତୁତ କରାଯାଇଛି।
କିଭଳି ଭାବରେ କ୍ଵାରେଣ୍ଟାଇନର ସୁଵିଧା କରାଯାଇଛି। ସାମାଜିକ ଦୂରତା କିଭଳି ଭାବରେ ପାଳନ କରାଯାଇଛି। ବାହାର ରାଜ୍ୟର ଶ୍ରମିକ ଏବଂ ଲୋକମାନଙ୍କୁ କିଭଳି ଭାବରେ ଖାଦ୍ୟ ପାନୀୟ ଦିଆଯାଉଛି। ବିଶେଷ କରି ସିନିୟର ସିଟିଜେନ ମାନଙ୍କର ଅବସ୍ଥା ଏବଂ ଲକ୍ ଡାଉନରେ ସେମାନଙ୍କୁ କିଭଳି ସହଯୋଗ ଯୋଗାଇ ଦିଆଯାଉଛି। ଏହି ସବୁ ସ୍ଥିତି ଉପରେ ଆଜି କୋଭିଡ ୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଅନୁଧ୍ୟାନ କରିଛନ୍ତି। ସେ ଜିଲ୍ଲାପାଳ ବଳୱନ୍ତ ସିଂ, ଏସପି ଉମାଶଙ୍କର ଦାଶଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ଏହା ସେ ପୁରୀ ଟାଉନ ଥାନା ପରିସରରେ ଥିବା ଇଣ୍ଟିଗ୍ରେଟଡ କଣ୍ଟ୍ରୋଲ ସିଷ୍ଟମକୁ ମଧ୍ୟ ଅନୁଧ୍ୟାନ କରିଛନ୍ତି