କଟକ ମହାନଗର ନିଗମର ନୂତନ ମେୟର ଭାବେ ଶପଥ ନେଲେ ସୁବାସ ସିଂହ

କଟକ,ଏନ୍ଏନ୍ଏସ୍: କଟକ ମହାନଗର ନିଗମର ନୂତନ ମେୟର ଭାବେ ଶପଥ ନେଲେ ସୁବାସ ସିଂହ। ତାଙ୍କ ସହିତ ସମସ୍ତ ୫୯ ଜଣ କର୍ପୋରେଟର ମଧ୍ୟ ଶପଥ ଗ୍ରହଣ କରିଛନ୍ତି। କଟକ ସହିଦ ଭବନରେ ସକାଳ ୯ଟାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଶପଥ ଗ୍ରହଣ ପରେ ଡେପୁଟି ମେୟର ପଦ ପାଇଁ ଭୋଗ ଗ୍ରହଣ ହେବ।

ତେବେ କଟକ ମହାନଗର ନିଗମର ପଞ୍ଚମ ମେୟର ଭାବେ ସୁବାସ ସିଂହ ଶପଥ ଗ୍ରହଣ କରିଛନ୍ତି। ନଗର ଉନ୍ନୟନ ବିଭାଗ ସଚିବ ସଂଗ୍ରାମଜିତ ନାୟକ ଏହି ଶପଥ ପାଠ କରାଇଛନ୍ତି। ଶପଥ ଗ୍ରହଣ ଉତ୍ସବରେ ଜିଲ୍ଲାପାଳ, ସିଏମସି କମିଶନରଙ୍କ ସମେତ ଅନେକ ପ୍ରଶାସନିକ ଅଧିକାରୀ ଉପସ୍ଥଇତ ରହିଥିଲେ।

ସୁବାସ ସିଂହ ବାମ ଦଳରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ପରେ ବିଜେଡିରେ ଯୋଗ ଦେଇଥିଲେ। ଜଣେ ଦକ୍ଷ ସଂଗଠନ ଭାବେ ସେ ବେଶ୍ ଜଣାଶୁଣା। ବସ୍ତିବାସିନ୍ଦା ଓ ଶ୍ରମିକଙ୍କ ହକ୍ ପାଇଁ ସେ ସବୁବେଳେ ଲଢେଇ କରିଛନ୍ତି। ଏବେ ସେ ରାଜ୍ୟସଭାର ସାଂସଦ ମଧ୍ୟ ରହିଛନ୍ତି।