କରୋନାରେ ଆଖିବୁଜିଲେ ବିଶିଷ୍ଟ ଶିଶୁ ସାହିତ୍ୟିକା ସୁଭଦ୍ରା ସେନଗୁପ୍ତା

ନୂଆଦିଲ୍ଲୀ, ଏଜେନ୍ସି: ବିଶିଷ୍ଟ ଶିଶୁ ସାହିତ୍ୟିକା ସୁଭଦ୍ରା ସେନଗୁପ୍ତାଙ୍କର କରୋନାରେ ସଂକ୍ରମିତ ହୋଇ ସୋମବାର ରାତିରେ ନୂଆଦିଲ୍ଲୀରେ ଦେହାନ୍ତ ହୋଇଛି। ତାଙ୍କର ସମ୍ପର୍କୀୟ ଭାଇ ତଥା ଲେଖକ ଓ କଳାକାର ଶୁଭବ୍ରତ ସେନଗୁପ୍ତା ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ସୁଭଦ୍ରା ଶିଶୁମାନଙ୍କ ପାଇଁ ୬୦ରୁ ଅଧିକ ପୁସ୍ତକ ରଚନା କରିଛନ୍ତି। ତାଙ୍କର ବହୁଳ ପ୍ରସାରିତ ପୁସ୍ତକ ମଧ୍ୟରେ ରହିଛି ‘ଏ ବ୍ୟାଗ୍ଫୁଲ୍ ଅଫ୍ ହିଷ୍ଟ୍ରି’। ସେ ମଧ୍ୟ ପିଲାମାନଙ୍କ ପାଇଁ ଭୌତିକ କାହାଣୀ ଏବଂ ଦୁଃସାହସିକ କାହାଣୀ ମଧ୍ୟ ରଚନା କରି ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ। ତାଙ୍କର ଏକ ପୁସ୍ତକକୁ ଆଧାର କରି ଦୂରଦର୍ଶନରେ ଖୋଜ୍ ଖଜନା ଖୋଝେର ସିରିଏଲ୍ ପ୍ରସାରିତ ହୋଇଥିଲା।