ପାଟଣାଗଡ଼ ଉପଖଣ୍ଡରେ ପାନୀୟ ଜଳରେ ସୁଧାର ଆଣିବା ପାଇଁ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ଉପଖଣ୍ଡରେ ଦିନକୁଦିନ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ଗ୍ରାମାଞ୍ଚଳରେ ପିଇବା ପାଣି ପାଇଁ ହାହାକାର ଦେଖାଦେଇଛି । ଖବର ପାଇ ଆଜି ପାଟଣାଗଡ଼ ଉପଜିଲ୍ଲାପାଳ ଅଫିସରେ ପାଟଣାଗଡ଼, ବେଲପଡ଼ା ଓ ଖପ୍ରାଖୋଲ ବ୍ଲକରେ ଥିବା ସମସ୍ତ ଜଳଯୋଗାଣ ଅଧିକାରୀ ଓ ସହରାଞ୍ଚଳରେ ଥିବା ଅଧିକାରୀଙ୍କୁ ଡାକି ଏକ ସମୀକ୍ଷା ବୈଠକ କରିଥିଲେ । ଲୋକେ ଯଥାଶୀଘ୍ର କିପରି ପାଣି ପାଇପାରିବେ ସେନେଇ ଆଲୋଚନା କରିବା ସହ ଅଧିକାରୀଙ୍କୁ ଉପଜିଲ୍ଲାପାଳ ତାଗିତ କରିଥିଲେ । ଏହି ବୈଠକରେ ଗ୍ରାମ୍ୟ ଜଳଯୋଗାଣ ଏସଡିଓ ଗଗନ କିଷାନ, ସହରାଞ୍ଚଳ ଏସଡିଓ ଜୟାନନ୍ଦ ଜଗତଙ୍କ ସମେତ ସହରାଞ୍ଚଳର ଜେଇ ଓ ୩ଟି ବ୍ଲକରେ କାର୍ଯ୍ୟରତ ଜେଇମାନେ ଯୋଗ ଦେଇଥିଲେ ।