ବିଦ୍ୟାଳୟରେ କାଠ ବୋହିବା, ଆବର୍ଜନା ସଫା କରିବା ଭଳି କାମ କରୁଛନ୍ତି ପିଲା

ବାଲିଗୁଡା,ଏନ୍ଏନ୍ଏସ୍: ଗୁରୁ ଦିବସରେ ଛାତ୍ରଛାତ୍ରୀ ମାନଙ୍କୁ ଗୁରୁଙ୍କ ଉପହାର । ବିଦ୍ୟାଳୟକୁ ସବୁପିଲା ଆସି ପାଠପଢିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଓ ସଭିଏ ପଢନ୍ତୁ ସଭିଏଁ ବଢନ୍ତୁର ଖ୍ଖୋଗାନ ଦେଉଛନ୍ତି । ବିଦ୍ୟାଳୟ ସମ୍ମୁଖରେ ଦଣ୍ଡମୁକ୍ତ ଅଞ୍ଚଳ ବୋଲି ଲେଖାଯାଇଛି । କିନ୍ତୁ କିଛି ପ୍ରଧାନଶିକ୍ଷକଙ୍କ ମନମୁଖୀ ଶାସନ ପାଇଁ ପିଲା ବିଦ୍ୟାଳୟକୁ ଯିବା ପାଇଁ ଡରୁଛନ୍ତି । ବିଦ୍ୟାଳୟକୁ ପିଲା ଯାଉଛନ୍ତି ପାଠପଢିବାକୁ ହେଲେ ଆଶ୍ରମ ବିଦ୍ୟାଳୟରେ ଅନ୍ତେବାଶୀ ମାନେ ଆଶ୍ରମରେ ରୋଷେୟୀ ପାଇଁ ବଣରୁ କାଠ ବୋହିବା ସହ ଅଳିଆ ଆବର୍ଜନା ସହ ନର୍ଦ୍ଦମା ସଫା କରୁଛନ୍ତି । ଏହିଭଳି ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବାଲିଗୁଡା ବ୍ଲକର ସୁଡ୍ରା ପଂଚାୟତର ସରକାରୀ ଉଚ୍ଚ ବିଦ୍ୟାଳୟ, ସୁଡ୍ରାରେ ।

ସରକାର ଏହି ଅବାସିକ ବିଦ୍ୟାଳୟରେ ଅନୁସୁଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି, ହେଲେ ବିଦ୍ୟାଳୟ ଦ୍ୱାୟିତ୍ୱରେ ଥିବା ପ୍ରଧାନଶିକ୍ଷକ ଓ ଛାତ୍ରଛାତ୍ରୀ ଦ୍ୱାୟିତ୍ୱରେ ଥିବା ଅଧିକାରୀ କନ କରୁଛନ୍ତି ଏସବୁ ଚିତ୍ର ବୟାନ କରୁଛି । ଅନ୍ତେବାସୀ ଛାତ୍ର ମାନଙ୍କ ଦ୍ୱାରା ରୋଷେୟୀ ପାଇଁ ଜାଳେଣି କାଠ ନିକଟସ୍ଥ ଜଙ୍ଗଲରୁବୁହାଇବା ସହ ନାଳନର୍ଦ୍ଦମା ସଫା କରାଇବା ଭଳି କାମ କରାଉଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ । ଏହି ଫୋଟ ଓ ଭିଡିଓ ବର୍ତମାନ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ।

ସାଧାରଣରେ ଆଲୋଚନା ହେଉଛି ଯେ ପିଲାମାନେ ପାଠପଢିବା ନିମନ୍ତେ ନିଜ ଘରଠାରୁ ଦୁରରେ ସରକାର ବିଦ୍ୟାଳୟ ଆଶ୍ରମରେ ରହୁଛନ୍ତି । କିନ୍ତୁ ସେମାନଙ୍କୁ ଯଦୀ ବିଦ୍ୟାଳୟରେ ପାଠପଢିବା ବଦଳରେ କାମ କରାଇବେ ତେବେ ପିଲାଙ୍କ ଭବିଷ୍ୟତ କଣ ହେବ । ପିଲାଙ୍କ ଭବିଷ୍ୟତ ସହ ଖେଳିବାର କୌଣସି ଶିକ୍ଷକଙ୍କ ଅଧିକାର ନାହିଁ । ଏହି କାର୍ଯ୍ୟପ୍ରତି ଉଚ୍ଚ କର୍ତ୍ତୃପକ୍ଷ ନଜର ଦେଇ ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବି ହେଉଛି । ଏହି ବାବଦରେ ଦ୍ୱାୟିତ୍ୱରେ ଥିବା ପ୍ରଧାନଶିକ୍ଷକଙ୍କ ସହ କୌଣସି ପ୍ରକାର ଯୋଗାଯୋଗ ହୋଇପାରିନାହିଁ ।