ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରଙ୍କୁ ପିଟିଲେ ଶିକ୍ଷକ : ସୋଶିଆଲ ମିଡିଆରେ ଫଟୋ ହେଲା ଭାଇରାଲ

ନାଉଗାଁ,ଏନ୍ଏନ୍ଏସ୍ : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ଅନ୍ତର୍ଗତ ଗାରୋଇସ୍ଥିତ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ମାଡ଼ରେ ଜଣେ ଛାତ୍ରଙ୍କର ନୋଳା ଫାଟି ଯାଇଥିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତେଜନା ଦେଖାଦେଇଛି। ଏପରିକି ଏହି ମାଡ଼କୁ ନେଇ ଛାତ୍ରଙ୍କ ଫଟୋ ଓ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଦୃତଗତିରେ ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁଯାୟୀ, ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ତେଲସରା ଗ୍ରାମର ଅରବିନ୍ଦ ବିଶ୍ୱାଳ ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି। ଅରବିନ୍ଦ ଗୁରୁବାର ବିଦ୍ୟାଳୟକୁ ଆସିଥିଲେ ବର୍ଷା ଯୋଗୁଁ ବିଦ୍ୟାଳୟକୁ କମ ପିଲା ଆସିଥିଲେ। ପ୍ରଧାନ ଶିକ୍ଷକ ମଧ୍ୟାହ୍ନ ସମୟରେ ପିଲାମାନଙ୍କୁ ଘରକୁ ଯିବାପାଇଁ କହିଥିଲେ। ଉପସ୍ଥିତ ପିଲାମାନେ ଅପରାହ୍ନ ୪ଟା ପରେ ଘରକୁ ଯିବେ ବୋଲି ପ୍ରଧାନ ଶିକ୍ଷକଙ୍କୁ କହବାରୁ ପ୍ରଧାନ ଶିକ୍ଷକ ସେଠାରୁ ପଳାଇ ଯାଇଥିଲେ। କିଛି ସମୟ ପରେ କୌଣସି କାରଣ ନଥାଇ ଏକ ବେତ ଆଣି ଶ୍ରେଣୀ ଗୃହରେ ଉପସ୍ଥିତ ଥିବା ଛାତ୍ରୀମାନଙ୍କୁ ବିଦ୍ୟାଳୟର ଉପରମହଲାକୁ ପଠାଇ ଦେଇଥିଲେ। ଉପସ୍ଥିତ ୮ଜଣ ଛାତ୍ରଙ୍କୁ ମାଡ଼ ମାରିଥିଲେ। ଅରବିନ୍ଦଙ୍କୁ ଅଧିକ ମାଡ଼ ମାରିଥିବା ସହିତ ଏକ ଶ୍ରେଣୀ ଗୃହରେ ବସାଇ ଦେଇଥିଲେ। ଅରବିନ୍ଦ ନିଜର ଉପସ୍ଥିତ ବୁଦ୍ଧିରେ ପରିସ୍ରା ନାଁ’ରେ ବିଦ୍ୟାଳୟର ପାଚେରୀ ଡେଇଁ ଘରକୁ ପଳାଇ ଯାଇଥିଲା। ଓ ଘରେ ପହଁଚି ଘଟଣା ସଂର୍ପକରେ ପରିବାରକୁ ଜଣାଇ ଥିଲା। ଏହି ଘଟଣାକୁ ନେଇ ଆରବିନ୍ଦଙ୍କ ଦାଦା ବିଦେଶୀ ବିଶ୍ୱାଳ ଘଟଣା ସଂର୍ପକରେ ଜାଣିବା ପରେ ଅରବିନ୍ଦ ବାପା ପବିତ୍ର ମୋହନ ବିଶ୍ୱାଳ, ପୁତୁରା ଅରବିନ୍ଦ ଓ ସେ ନିକଟସ୍ଥ ଫାଣ୍ଡିକୁ ଯାଇ ଅଭିଯୋଗ କରିବା ପାଇଁ ଘଟଣା ସଂର୍ପକରେ ଉପସ୍ଥିତ ଫାଣ୍ଡୀ କର୍ମଚାରୀଙ୍କୁ ଅବଗତ କରାଇଥିଲେ।

ଫାଣ୍ଡିରେ ଉପସ୍ଥିତ ଥିବା କର୍ମଚାରୀ ଅରବିନ୍ଦଙ୍କ ମାଡ଼ ଖାଇଥିବା ଜାଗାକୁ ଫଟୋ ଉଠାଥିଲେ। ଓ ପରେ ମେଡିକାଲ ରିପୋର୍ଟ ଆଣି ଲିଖିତ ଅଭିଯୋଗ କରିବାକୁ କହିଥିଲେ। ଏହି ଖବର ବିଦ୍ୟାଳୟରେ ପହଁଚିବା ପରେ ବିଦ୍ୟାଳୟ କିଛି ଶିକ୍ଷକ ଅରବିନ୍ଦଙ୍କ ଘରେ ପହଁଚି କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନ ନେବା ପାଇଁ ସେମାନଙ୍କୁ ଅନୁରୋଧ କରିଥିଲେ। ଏପରିକି ଘଟଣା ପାଇଁ କ୍ଷମା ପ୍ରାର୍ଥନା ମାଗିବା ସହିତ ଆପୋଷ ସମାଧାନ କରିବା ପାଇଁ ଅନୁରୋଧ କରିଥିଲେ। ଯାହାକୁ ନେଇ ସେମାନେ ଅଭିଯୋଗ କରିପାରି ନଥିବା ଶ୍ରୀ ବିଶ୍ୱାଳ କହିଛନ୍ତି।

ଅନ୍ୟପଟରେ ଉକ୍ତ ଘଟଣାକୁ ନେଇ ଯେଉଁଠି ଦଣ୍ଡମୁକ୍ତ ଅଞ୍ଚଳ ଭାବେ ସରକାରଙ୍କ ପକ୍ଷରୁ ଲକ୍ଷଲକ୍ଷ ଟଙ୍କା ରାଜକୋଷରୁ ଖର୍ଚ୍ଚ କରାଯାଇ ସଚେତନ ପାଇଁ ବିଦ୍ୟାଳୟର କାନ୍ଥବାଡରେ ଲେଖାଯାଇଛି। ମାତ୍ର ଉକ୍ତ ବିଦ୍ୟାଳୟରେ କିପରି ଏପରି ଘଟଣା ଘଟିଲା ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବାବେଳେ ଘଟଣାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଦୃତ ଗତିରେ ଭାଇରାଲ ହେବାରେ ଲାଗିଛି। ଏଥିସହିତ ଉକ୍ତ ଶିକ୍ଷକଙ୍କୁ ଏଥିପ୍ରତି ଉଚିତ୍‍ ଦଣ୍ଡବିଧାନ କରାଯିବାପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି। ଏ ସଂର୍ପକରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ଜେନାଙ୍କୁ ପଚାରିବାରୁ ମୁଁ କୌଣସି ଉର୍ଦ୍ଦେଶ୍ୟମୂଳକ ଭାବେ ଛାତ୍ରମାନକୁ ମାରି ନାହିଁ। ପାଠ ପଢିବା ପାଇଁ ବାରମ୍ଭାର କହିବା ସତ୍ୱେ ସେମାନେ ମୋ କଥା ନମାନିବାରୁ ବାଧ୍ୟ ହୋଇ ଉପସ୍ଥିତ ସମସ୍ତ ଛାତ୍ରଙ୍କୁ ମାଡ ମାରିଥିବା ସେ କହିଛନ୍ତି।