ଅଫଲାଇନ ପରୀକ୍ଷାକୁ ବିରୋଧ, ଅନଲାଇନ ପରୀକ୍ଷା ଦାବିରେ ବିଭିନ୍ନ କଲେଜ ଛାତ୍ରଛାତ୍ରୀଙ୍କ ଧାରଣା

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ସଂକଟ ମଧ୍ୟରେ ଅଫଲାଇନ ପରୀକ୍ଷାକୁ ବିରୋଧ କରିଛନ୍ତି ବିଭିନ୍ନ କଲେଜ ଛାତ୍ରଛାତ୍ରୀ। ଅନଲାଇନରେ ପରୀକ୍ଷା କରାଇବାକୁ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ।

ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଚାଲିଥିବା ବେଳେ ଏହା ଭୟାନକ ହେବାକୁ ଲାଗିଛି। ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି। ଏହାରି ମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଠପଢା ଅନେକ ବାଧାପ୍ରାପ୍ତ ହୋଇଛି। ଏହି ମଧ୍ୟରେ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହାକୁ ବିରୋଧ କରିବା ସହ ଅନଲାଇନରେ ପରୀକ୍ଷା କରିବାକୁ ରାଜଧାନୀ ଭୁବନେଶ୍ୱର ଓୟୁଏଟି, ରାଜଧାନୀ କଲେଜ ଓ ବିଜେବି କଲେଜ ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି। ଏହା ସହ ଜୁମ ଆପରେ ପାଠପଢା ହେଉଥିବାରୁ ଅନଲାଇନରେ ପରୀକ୍ଷା କରିବାକୁ ପ୍ଲା-କାର୍ଡ ଧରି ବିକ୍ଷୋଭ କରୁଛନ୍ତି।