ବିଏଡ଼ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ, ବାଲେଶ୍ୱରରୁ ଭୁବନେଶ୍ୱର ପର୍ଯ୍ୟନ୍ତ ପଦଯାତ୍ରା କରିବେ

ବାଲେଶ୍ୱର: ବାଲେଶ୍ୱରର ଫକିର ମୋହନ ବିଶ୍ୱବିଦ୍ୟାଳୟ ଏବଂ ନର୍ଥ ଓଡ଼ିଶା ବିଶ୍ୱବିଦ୍ୟାଳୟର ସମନ୍ୱିତ ବିଏଡ୍ ଛାତ୍ରଛାତ୍ରୀମାନେ ମଙ୍ଗଳବାର ସରକାରଙ୍କ ବିରୋଧରେ ସ୍ୱରଉତ୍ତୋଳନ କରି ବାଲେଶ୍ୱରରୁ ଭୁବନେଶ୍ୱର ପର୍ଯ୍ୟନ୍ତ ପଦଯାତ୍ରା କରୁଛନ୍ତି। ସୂଚନା ଅନୁସାରେ ବିଏଡ଼ ପାଠ୍ୟକ୍ରମରେ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କ ପ୍ରବେଶିକ ପରୀକ୍ଷା ଦେବାକୁ ବଞ୍ଚିତ କରାଯାଇଥିବାରୁ ଏହାର ପ୍ରତିବାଦ କରି ମଙ୍ଗଳବାର ଛାତ୍ରଛାତ୍ରୀମାନେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି।

ଫକିର ମୋହନ ବିଶ୍ୱବିଦ୍ୟାଳୟର ପୁରୁଣା ପରିସର ରେମୁଣା ଗୋଲେଇ ଛକରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ପଦଯାତ୍ରା କରିବେ ଛାତ୍ରଛାତ୍ରୀ।