ଚାଷ ପ୍ରଣାଳୀ ଶିଖିଲେ ଛାତ୍ରଛାତ୍ରୀ

ରାମନାଗୁଡା,ଏନ୍ଏନ୍ଏସ୍: ବର୍ତ୍ତମାନ ଦେଶରେ ଚାଷ ଓ ଚାଷୀଙ୍କ ସ୍ଥିତି ଠିକ୍ ନାହିଁ। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ, ଫସଲରେ ରୋଗ ପୋକ ଜନିତ କ୍ଷତି ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଉଛି। ଫଳରେ ସମଗ୍ର ଦେଶରେ ଲୋକଙ୍କର ଚାଷ ପ୍ରତି ଆଗ୍ରହ କମିବାରେ ଲାଗିଛି।

ଦେଶରେ ପାରମ୍ପରିକ ଚାଷ କାର୍ଯ୍ୟ ବଦଳରେ ବ୍ୟାପକ ପରିମାଣରେ ସାର ଓ କୀଟନାଶକ ପ୍ରୟୋଗ ଯୋଗୁଁ ଲୋକ ବିଷଯୁକ୍ତ ଖାଦ୍ୟ ଖାଇବାକୁ ବାଧ୍ୟ ହେଉଛନ୍ତି। ଏ ନେଇ ଲୋକଙ୍କ ମଧ୍ୟରେ ଆଗ୍ରହ ଓ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପିଲାଙ୍କୁ ଧନ୍ଦାମୂଳକ ଶିକ୍ଷା ମାଧ୍ୟମରେ ଚାଷ କାର୍ଯ୍ୟ ପ୍ରତି ଶିକ୍ଷା ପ୍ରଦାନ କରାଯାଉଛି।

 

ଏହି ପ୍ରରିପେକ୍ଷୀରେ ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଗୁଲୁଣ୍ଠି ନିକଟରେ ଥିବା ମୁନା ନନ୍ଦଙ୍କ ବଗିଚାକୁ ନିଆଯାଇ ଧନ୍ଦାମୂଳକ ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଚାଷ କାର୍ଯ୍ୟ ସମ୍ପର୍କରେ ଶିକ୍ଷା ପ୍ରଦାନ କରାଯାଉଥିବା ଦେଖାଯାଇଛି। ଏଥିରେ ଛାତ୍ରଛାତ୍ରୀଙ୍କୁ ଚାଷ କାର୍ଯ୍ୟର ବିଭିନ୍ନ ପ୍ରଣାଳୀ ଶିଖାଯିବା ସହ ଜୈବିକ ପଦ୍ଧତି ମାଧ୍ୟମରେ ଚାଷକାର୍ଯ୍ୟ କରାଯିବାକୁ ପିଲାଙ୍କୁ ଶିକ୍ଷା ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର କୃଷି ଶିକ୍ଷକ ଜଗ୍ନନାଥ ପ୍ରଧାନ, ସୁରତି ବାଉରୀ, ବଗିଚାମାଲିକ ମୁନାନନ୍ଦ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିଛନ୍ତି।