କଟକ,ଏନ୍ଏନ୍ଏସ୍: ସ୍କୁଲରେ ଆବଶ୍ୟକତା ଅନୁଯାୟୀ ଦୀର୍ଘ ମାସ ହେବ ସଂସ୍କୃତ ଇଂରାଜୀ ହିନ୍ଦୀ ଓ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଥିବାରୁ ବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀ ଓ ଅଭିଭାକକଙ୍କ ମାନେ ଧାରଣାରେ ବସିଛନ୍ତି। ଭଳି ଘଟଣା ଦେଖିବାକୁ ମିଳିଛି ସାଲେପୁର ବ୍ଲକ୍ କିଶନ ନଗର ଥାନା ରଟିଲୋ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନେ କହିଛନ୍ତି ଯେ ଅନ୍ୟ ସ୍କୁଲରେ କୋର୍ସ ସରି ଆଉଥରେ ରିଭିଜନ ହେଉଥିବା ବେଳେ ତାଙ୍କ ସ୍କୁଲରେ କୋର୍ସ ସରିନଥିବା କହିଛନ୍ତି, ଫଳରେ ସେମାନେ ବହୁ ପଛରେ ରହିଯାଇଛନ୍ତି। ତେଣୁ ତାଙ୍କ ସ୍କୁଲରେ ତୁରନ୍ତ ଶିକ୍ଷକ ନିଯୁକ୍ତ ପାଇଁ ଅଭିଭାବକଙ୍କ ସହ ଛାତ୍ରଛାତ୍ରୀମାନେ ଧାରଣାରେ ବସିଛନ୍ତି।
ଯେଉଁ ପର୍ଯ୍ୟନ୍ତ ବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୁରଣ କରାନଯାଏ ସେ ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ। ପ୍ରଧାନ ଶିକ୍ଷକ ସମେତ ହିନ୍ଦୀ, ସଂସ୍କୃତ ଓ ଇଂରାଜୀ ବିଷୟର ଶିକ୍ଷକ ପଦବୀ ଦୀର୍ଘ ବର୍ଷ ହେବ ଖାଲି ପଡ଼ିଛି। ତେଣୁ ପିଲାମାନଙ୍କର ପାଠ ପଢ଼ାରେ ବ୍ୟାହତ ହେବା ସଂଗେ ସଂଗେ ଆଗକୁ ବାର୍ଷିକ ପରୀକ୍ଷା ପାଇଁ ଘୋର ଅସୁବିଧାର ସମ୍ମୁଖିନ ହେବାକୁ ଯାଉଛନ୍ତି ବୋଲି ପିଲାମାନେ କହିଛନ୍ତି ।
ଏନେଇ ବାରମ୍ବାର ଜଗତସିଂହପୁର ଜିଲ୍ଲା ଶିକ୍ଷାଧିକାରି ଓ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସମାଧାନ ହୋଇନଥିଲା । ଫଳରେ ବାଧ୍ୟହୋଇ ଅଭିଭାବକ ଓ ଛାତ୍ରଛାତ୍ରୀ ସ୍କୁଲ ସମ୍ମୁଖରେ ଧାରଣାରେ ବସିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ ଆନ୍ଦୋଳନକାରୀ ବୁଝିବାକୁ ନାରାଜ ।