ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ଲାଗି ଶିକ୍ଷା କ୍ଷେତ୍ରରେ ଅଧିକ ସମସ୍ୟା ସୃଷ୍ଟି ହୋଇଛି। ରେଜଲ୍ଟ ପ୍ରକାଶ ସାଙ୍ଗକୁ ନାମଲେଖା ପ୍ରକ୍ରିୟା ଅଧାରେ ବନ୍ଦ ରହିଛି। ବିନା ଗହଳିରେ କିପରି ନାମଲେଖା ପ୍ରକ୍ରିୟା ସରିବ ସେନେଇ ଅଭିଭାବକମାନେ ଚିନ୍ତାରେ ଥିବା ବେଳେ ଏବେ ଦିବ୍ୟାଙ୍ଗଙ୍କ ପାଇଁ ଆସିଛି ଖୁସି ଖବର। ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛିି। ତେବେ ସୁବିଧା ଲାଗି ସ୍କୁଲକୁ ନଯାଇ ଏଣିକି ଅନଲାଇନରେ ହେବ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ନାମଲେଖା। ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରେ ଅନଲାଇନ ପୋର୍ଟାଲ ଆରମ୍ଭ ହୋଇଛି ।
ଏହି ଅନ୍ଲାଇନ ୱେବପୋର୍ଟାଲ ମାଧ୍ୟମରେ ଅଭିଭାବକମାନେ ପିଲାମାନଙ୍କ ନାମ ପଞ୍ଜୀକରଣ କରାଇବେ। ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଥିବା ୧୦୩ଟି ସ୍କୁଲ ଯିବାକୁ କାହାକୁ ବି ଅନୁମତି ଦିଆଯିବ ନାହିଁ। ରାଜ୍ୟରେ ଥିବା ୧୦୩ ସ୍ପେଶାଲ ସ୍କୁଲ ପାଇଁ ବିଭାଗ ଏହି ନିର୍ଦ୍ଦେଶ ଦେଇଛି। କରୋନା ସମୟରେ ଯେପରି ଆଡମିସନ ପାଇଁ ଗହଳି ନହୁଏ, ସେଥିପାଇଁ ଏହି ବ୍ୟବସ୍ଥା କରାଯାଇଛି। ତେବେ କିପରି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଯିବ, ତାକୁ ନେଇ ବିଭାଗ ପ୍ରକ୍ରିୟା ସ୍ଥିର କରିବ। ଏନେଇ ସୂଚନା ଦେଇଛନ୍ତି ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।