ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତ ପାଇଁ ତାଲା ପକାଇଲେ ଛାତ୍ରଛାତ୍ରୀ

କଳାହାଣ୍ଡି,ଏନ୍ଏନ୍ଏସ୍: ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଓ ବିଜ୍ଞାନ ଶିକ୍ଷକ ନିଯୁକ୍ତି ପାଇଁ ମଙ୍ଗଳବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ କୁସୁମଖୁଣ୍ଟି ସ୍ଥିତ ଦଙ୍ଗାରୀଗୁଡା ଉଚ୍ଚ ବିଦ୍ୟାଳୟ ଠାରେ ଛାତ୍ର ଛାତ୍ରୀ ମାନେ ସ୍କୁଲ ଗେଟରେ ତାଲା ପକାଇଛନ୍ତି। ସ୍କୁଲ ଆଗରେ ଆମର ଦାବି ପୂରଣ ହେଉର ନାରା ଲଗାଇଛନ୍ତି।

ସୂଚନା ଯୋଗ୍ୟ ଯେ ଡାଙ୍ଗରିଗୁଡା ଉଚ୍ଚବିଦ୍ୟାଳୟରେ ପ୍ରଧାନଶିକ୍ଷକ ଓ ବିଜ୍ଞାନ ଶିକ୍ଷକ ନଥିବାରୁ ତାଙ୍କୁ ପାଠପଢ଼ାରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଆଗକୁ ମାଟ୍ରିକ ପରୀକ୍ଷା ଅଛି କିନ୍ତୁ ବର୍ତ୍ତମାନ ପର୍ୟ୍ୟନ୍ତ ସ୍କୁଲରେ ପ୍ରଧାନ ଶିକ୍ଷକ ଓ ବିଜ୍ଞାନ ଶିକ୍ଷକ ନାହାନ୍ତି। ସେମାନେ କିପରି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ ତୁରନ୍ତ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତ କରାଯାଇ ପିଲାମାନଙ୍କ କୋର୍ସ ସାରିବାକୁ ଦାବି ହୋଇଛି।