ଶିକ୍ଷକଙ୍କ ମାଡ଼ରେ ଛାତ୍ରୀ ଗୁରୁତର

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଛାତ୍ରୀଙ୍କୁ ଶିକ୍ଷକ ମାଡ ମାରିଥିବା ନେଇ ଅଭିଯୋଗ ଆସିଛି। ବିଦ୍ୟାଳୟ ର ୫ ଜଣ ଛାତ୍ରୀ ଦୁଇ ଜଣ ୧୦ମ ଓ ତିନି ଜଣ ୯ମ ଶ୍ରେଣୀ ର ପାଠ ପଢ଼ୁଥିବା ଛାତ୍ରୀ ଙ୍କୁ ବିଦ୍ୟାଳୟ ର ଇଂରାଜୀ ଶିକ୍ଷକ ଅଲେଖ ପ୍ରଧାନ ମାଡ ମାରିଛନ୍ତି ବୋଲି ଉକ୍ତ ଛାତ୍ରୀମାନେ ଅଭିଯୋଗ କରିଛନ୍ତି।

ଶିକ୍ଷକ କିଛି ପ୍ରଶ୍ନ ପଚାରିବାରୁ ଛାତ୍ରୀମାନେ ଉତ୍ତର ଦେଇ ନ ପାରିବା ଏବଂ ପାଠ ପଢାରେ ଅବହେଳା ହେତୁ ଏପରି କରିଥିବା ପ୍ରଧାନଶିକ୍ଷକ କହିଛନ୍ତି। ପାଞ୍ଚ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ନଥିବା ହେତୁ ସେମାନଙ୍କୁ ସଙ୍ଗେ ସଙ୍ଗେ ବାଲିମେଳା ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ର କୁ ଅଣାଯାଇଥିଲା। ଜଣେ ଛାତ୍ରୀ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ। ଏବଂ ଅନ୍ୟ ଜଣେ ଛାତ୍ରୀ ଯାହାର ନାମ କୁନି ଗୋଲୋରୀ ପିତା ହରିବନ୍ଧୁ ଗୋଲୋରୀ ସେ ବିଦ୍ୟାଳୟ ର ନବମ ଶ୍ରେଣୀ ରେ ପାଠ ପଢୁଛନ୍ତି ଏବଂ ତା ଘର ଯୋଡ଼ାଆମ୍ବ ପଂଚାୟତ ର କଟୁଆଗୁଡା ଗ୍ରାମରେ ଥିବା ଜଣାପଡିଛି।

ବର୍ତ୍ତମାନ କୁନିର ସ୍ୱାସ୍ଥ୍ୟବସ୍ଥା ଠିକ ନ ଥିବା ହେତୁ କୁନିକୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି। ତେବେ ଏନେଇ ଇଂରାଜୀ ଶିକ୍ଷକ ଅଲେଖ ପ୍ରଧାନ ଙ୍କୁ ପଚାରିବାରୁ ସେ ଏ ବିଷୟରେ କିଛି ଜାଣି ନଥିବା କହିଥିଲେ। ଏ ବିଷୟରେ ଆମେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ସୁବ୍ରତ ପ୍ରଧାନଙ୍କୁ ପଚାରିବାରୁ ସେ ଏହି ଘଟଣା କୁ ତୀବ୍ର ନିନ୍ଦା କରିବା ସହ ଦୋଷୀ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ।