ଟେଡି ଡେ ଇଫେକ୍ଟ! ଖେଳୁଥିଲେ ଗୁଳିରେ, ପଶିଗଲା ଜଙ୍ଘରେ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜଣେ କଲେଜ ପଢ଼ୁଆ ଛାତ୍ରୀ ବନ୍ଧୁକରେ ଖେଳୁଥିବା ସମୟରେ ହଠାତ୍ ଗୁଳି ଫୁଟି ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାଟି ଘଟିଛି ରାଜଧାନୀ ଭୁବନେଶ୍ୱରସ୍ଥିତ ପଟିଆ ସ୍ଥିତ ବଜରଙ୍ଗ ବିହାର କଲୋନୀରେ। ବାଲେଶ୍ୱର ଜିଲ୍ଲାର ଜଣେ ଯୁବତୀ(ସୋନାଲି) ଭୁବନେଶ୍ୱରସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ପଢ଼ନ୍ତି। ତେବେ ଆଜି ତାଙ୍କର ପୁରୁଷ ବନ୍ଧୁ ଆଶିଷ ନାୟକଙ୍କ ସହିତ ସେ କଥା ହେଉଥିଲେ।

ତେବେ କିଛି ସମୟ ପରେ ପୁରୁଷ ବନ୍ଧୁ ଆଣିଥିବା ବନ୍ଧୁକ ସହ ଖେଳୁଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଗୁଳିଟି ଛାତ୍ରୀଙ୍କ ଜଙ୍ଗରେ ପଶି ଅନ୍ୟ ଏକ ଗୋଡରେ ପଶିଯାଇଥିଲା। ତେବେ ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ସ୍ଥାନୀୟ କଳିଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଏବେ ବିପଦମୁକ୍ତ ଅଛନ୍ତି। ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ୨୫ ହଜାର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି।

ଅପରପକ୍ଷେ ପୁଲିସ୍ କମିଶନରେଟ ପୁରୁଷ ବନ୍ଧୁ ଆଶିଷ ନାୟକଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାମରେ ଆଗରୁ ଅପରାଧିକ ମାମଲା ରହିଛି। ନୟାପଲ୍ଲୀ ବୋମାମାଡ ଘଟଣାରେ ତାଙ୍କର ସମ୍ପୃକ୍ତି ରହିଛି ବୋଲି ପୁଲିସ୍ କହିଛି। କିନ୍ତୁ କେହି ଜଣେ ଦୁର୍ବୃତ୍ତ ଗୁଳିମାଡ କରି ଚାଲିଯାଇଥିଲା ବୋଲି ଅଭିଯୁକ୍ତ ଜଣଙ୍କ ମିଛ କହିଥିଲା। ବିଡମ୍ବନାର ବିଷୟ, ଭାଲେଣ୍ଟାଇନ୍ ସପ୍ତାହରେ ଆଜିର ଦିନଟି ଥିଲା ଟେଡି ଡେ। ଏପରି ଦିନରେ ଗୁଳି ଫୁଟିବା ଘଟଣା ପ୍ରେମୀ ଯୁଗଳଙ୍କୁ ମର୍ମାହତ କରିଛି। ତେବେ ଏହା ଟେଡି ଡେ ଇଫେକ୍ଟ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି।