ଶିକ୍ଷକ ମାଡରେ ଛାତ୍ର ଗୁରୁତର, ତଦନ୍ତ ନିର୍ଦ୍ଦେଶ

ଝାରସୁଗୁଡା ଜିଲ୍ଲା ପୌରାଞ୍ଚଳ ଅନ୍ତର୍ଗତ ବାଲିଜୋରି ନୋଡାଲ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଙ୍କର ମାଡ଼ ରେ ଆହତ ହୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି ଶିବ ଧୁରୁଆ। ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲାରେ । ଗତକାଲି ସ୍କୁଲ ସମୟରେ ଦୁଇଜଣ ଛାତ୍ର ଦୁଷ୍ଟାମୀ କରୁଥିଲେ। ସେତିକି ବେଳେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ, ଶିବଙ୍କ ମୁହଁରେ ପିଟିଥିଲେ। ତେବେ କାନ୍ଦି କାନ୍ଦି ଶିବ ଘରକୁ ଆସି ସବୁ କଥା ଜଣାଇଥିଲେ। ମୁହଁ ରେ ମାଡ଼ର ଚିହ୍ନ ଥିବାବେଳେ ସେ ବାନ୍ତି କରିଥିଲେ ବୋଲି ତାଙ୍କର ପରିବାର ଲୋକେ କହିଛନ୍ତି ଅନ୍ୟ ପଟେ ତାଙ୍କର ଅବସ୍ଥା ଖରାପ ହେବାରୁ ତାଙ୍କୁ ଜିଲ୍ଲା ହସ୍ପିଟାଲ କୁ ନେଇଥିଲେ ତାଙ୍କର ପରିବାର ଲୋକେ।

ଡାକ୍ତର ତାଙ୍କୁ ସାଲାଇନ ଦେଇ ଚିକିତ୍ସିତ କରିଛନ୍ତି। ଶିବଙ୍କର ମୁହଁରେ ରକ୍ତ ଜମିଯାଇଥିବା ସହିତ ଆଖି କଳା ପଡିଯାଇଥିବା କହିଛନ୍ତି ଡାକ୍ତର । ସୂଚନା ପାଇ ଜିଲ୍ଲା ଚାଇଲଡ଼ ଲାଇନ ଏବଂ ଶିଶୁ ମଙ୍ଗଳ ବିଭାଗ ତରଫରୁ ନିଜେ ଘଟଣାର ତଦନ୍ତ କରୁଛନ୍ତି ଚାଇଲଡ଼ ଲାଇନ ଅଧ୍ୟକ୍ଷା । ସେ କହିଛନ୍ତି ସ୍କୁଲ ରେ ମାଡ଼ ମରାଯିବା ଉଚିତ ନୁହେଁ ଯଦି ଏଭଳି ଘଟଣା ଘଟିଥାଏ ତେବେ ନିଶ୍ଚୟ ଦୋଷୀଙ୍କୁ ଦଣ୍ଡ ମିଳିବ । ଏହା ସହ ଘଟଣା ବିଷୟରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ବିଇଓଙ୍କୁ ନିର୍ଦେଶ ଦେଇଥିବା କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ। ସେ କହିଛନ୍ତି ଘଟଣାର ତଦନ୍ତ ପରେ ଦୋଷୀ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଅନ୍ୟ ପକ୍ଷରେ ଏହି ଘଟଣାକୁ ଅସ୍ବୀକାର କରିଛନ୍ତି ପ୍ରଧାନ ଶିକ୍ଷକ ନିର୍ମଳ ନାଏକ। ନିଜ ଗାଁ ସ୍କୁଲରେ ସେ ଶିକ୍ଷକତା କରୁଥିବାରୁ ତାଙ୍କୁ ଗାଁ ଲୋକେ ଆକ୍ରୋଶ ଏବଂ ଅହଂକାର ଭାବନା ରଖି ଫସେଇଥିବା କହିଛନ୍ତି ନିର୍ମଳ ନାଏକ। ସ୍କୁଲ ଛୁଟି ପରେ ଏହି ସବୁ ଘଟଣା ଘଟିଛି। ପିଲାଟି ଅନ୍ୟ ପିଲାମାନଙ୍କର ସାଙ୍ଗରେ ଝଗଡା କରି ଆହତ ହୋଇଥାଏ ପାରେ ମାତ୍ର ସେ ଶିବକୁ ବାଡେଇ ନାହାନ୍ତି ବୋଲି ସିଧାସଳଖ ଦୋଷରୁ ଅସ୍ବୀକାର କରିଛନ୍ତି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନିର୍ମଳ ନାଏକ ।