ନଦୀରେ ଭାସିଯାଇ ଛାତ୍ର ନିଖୋଜ

ନୟାଗଡ଼,ଏନ୍ଏନ୍ଏସ୍: ନୂଆଗାଁ ଥାନା କନ୍ଦଳବ ବେଲପା ନଦୀରେ ଅଷ୍ଟମ ଶ୍ରେଣୀ ଛାତ୍ର ଭାସିଯାଇ ନିଖୋଜ ହୋଇଛି। ନିଖୋଜ ଛାତ୍ର ଜଣକ ସୋରଡା ଗ୍ରାମର ରତନ ନାୟକ ବୋଲି ଜଣାପଡିଛ। ଛାତ୍ର ଜଣକ ସ୍କୁଲରୁ ସାଇକେଲ ଯୋଗେ ଘରକୁ ଫେରୁଥବାବେଳେ ଏଭଳି ଅଘଟଣ ଘଟିଛି। ଛାତ୍ରଜଣଙ୍କ ବେଲପା ନଦୀ ପୋଲ ଉପରେ ସାଇକଲ ଧରି ଛିଡା ହୋଇଥିବା ବେଳେ ଗୋଡ଼ ଖସିଯିବାରୁ ପୋଲ ତଳ ବେଳପା ନଦୀକୁ ଖସିପଡିଥିଲେ।

ନଦୀରେ ପ୍ରଖର ସ୍ରୋତ ଥିବାରୁ ଛାତ୍ର ଜଣଙ୍କ ଭାସିଯାଇଥିଲେ। ଖବରପାଇ ନୂଆଗାଁ ଓ ଦଶପଲ୍ଲା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକମାନଙ୍କ ସହାୟତାରେ ନଦୀରେ ନିଖୋଜ ଛାତ୍ରକୁ ଖୋଜାଖୋଜି ଜାରି ରଖିଛି।