ସାପ କାମୁଡାରେ ଛାତ୍ରୀମୃତ

ସଇଁନ୍ତଳା/ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ହଳଦୀ ଗ୍ରାମର ଶୁଶାନ୍ତ ପଟ୍ଟନାୟକଙ୍କ ଝିଅ ଯାଜ୍ଞସେନୀ ପଟ୍ଟନାୟକ (୧୩)ଙ୍କ ସାପ କାମୁଡାରେ ମୃତ୍ୟୁ ହୋଇଥିବା ପରିବାର ଲୋକେ କହିଛନ୍ତି । ସୂଚନା ଅନୁସାରେ,

ଯାଜ୍ଞସେନୀ ଶୋଇଥିବା ଅବସ୍ଥାରେ ସାପଟି କାମୁଡି ଦେଇଥିଲା। ପରିବାର ଲୋକେ ପ୍ରଥମେ ଝଡ଼ାଫୁଙ୍କା କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ମୁରିବାହାଲ ପୁଲିସ ସବଇନସ୍ପେକ୍ଟର ସରୋଜ କୁମାର ରଥ ପହଞ୍ଚି ଶବକୁ ବ୍ୟବଛେଦ ପାଇଁ ପଠେଇ ଥିଲେ। ଏକ ଅପମୃତ ମାମଲା ରୁଜୁ କରାହୋଇଥିବା ପ୍ରକାଶ କରିଥିଲେ । ତହସିଲଦାର ନାରାୟଣ ସାହୁଙ୍କୁ ପଚାରିବାରୁ ଏବେ ଆପଣଙ୍କ ମାଧ୍ୟମରୁ ଖବର ପାଇଲି ଆରଆଇଙ୍କୁ ପଠାଉଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ସରକାରଙ୍କ ଯାହା ସହାୟତା ରାଶି ଅଛି ପାଇବେ ବୋଲି ପ୍ରକାଶ କରିଥିଲେ।