ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତେଜନା : ସ୍କୁଲ ସମ୍ମୁଖରେ ଶବ ରଖି ବିକ୍ଷୋବ

ଘଟଗାଁ,ଏନ୍ଏନ୍ଏସ୍ : ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତେଜନା । ସ୍କୁଲ ସମ୍ମୁଖରେ ଶବ ରଖି ପରିବାର ଓ ଗ୍ରମାବସୀକଲେ ବିକ୍ଷୋଭ। ଏଭଳି ଘଟଣା ଘଟିଛି,କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ପଣ୍ଡାପଡା ଥାନା ଅନ୍ତର୍ଗତ ମସିଣାଯୋଡି ଗ୍ରାମରେ ଥିବା ଏଜୁକେସନାଲ କମ୍ପେ୍ଲକ୍ସରେ।

ସୂଚନା ଅନୁଯାୟୀ , ଅଷ୍ଟମ ଶ୍ରେଣୀ ଛାତ୍ରୀ ପଦ୍ମା ଜୁଆଙ୍ଗ ମୃତ୍ୟୁକୁ ନେଇ ଆଜି ସ୍କୁଲରେ ଉତେଜନା ପ୍ରକାଶ ପାଇଥିଲା। ବୁଧବାର କଟକରେ ଚିକିତ୍ସାଧିନ ଅବସ୍ଥାରେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଛାତ୍ରୀ ଅସୁସ୍ଥ ପରେ ସ୍କୁଲ କତୃପକ୍ଷ ଚିକିତ୍ସାରେ ଅବହେଳା କରିଥିବା କାରଣରୁ ଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏପରିକି ମୃତ୍ୟୁପରେ କୌଣସି ମେଡିକାଲ ରିପୋର୍ଟ ସ୍କୁଲ କତୃପକ୍ଷ ଛାତ୍ରୀଙ୍କ ପରିବାରକୁ ଦେଇନଥିବା ବେଳେ ଘର ବାରଣ୍ଡାରେ ମୃତଦେହକୁ ଛାଡି ଚାଲି ଯାଇଥିଲେ। ଏନେଇ ଗ୍ରାମବାସୀ ମଧ୍ୟରେ ଅସନ୍ତୋଷ ଦେଖାଯିବା ସହ ପରିବାର ଲୋକେ ଶବ ସତ୍କାର କରି ନଥିଲେ।

ଆଜି ସକାଳେ ପରିବାର ଲୋକେ ଓ ଗ୍ରାମବାସୀ ଛାତ୍ରୀର ମୃତ ଶରୀରରୁ ସ୍କୁଲ ସାମ୍ନାରେ ରଖି କ୍ଷତିପୂରଣ ଦାବି କରିବା ସହ ଅବହେଳା ପ୍ରଦର୍ଶନ କରିବା ସ୍କୁଲ କର୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି କରିଥିଲେ ।
ଖବର ପାଇ ପଣ୍ଡାପଡା ଥାନା ଆଇଆଇସି ପଦ୍ମାଳୟା ସାହୁଙ୍କ ସହ ଅନ୍ୟ ପୁଲିସ କର୍ମଚାରୀମାନେ ଘଟଣା ସ୍ଥଳରେ ପହଚିଁ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ତେବେ ଦିର୍ଘ ସମୟ ଧରି ଘଟଣା ସ୍ଥଳରେ ଚାପା ଉତେଜନା ଲାଗି ରହିଥିଲା। ସ୍କୁଲ କର୍ତୃପକ୍ଷ ମୃତ ଛାତ୍ରୀଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ଆର୍ଥିକ ସହାୟତା ଦେବାପରେ ଧାରଣ ହଟିଥିଲା। ଏଥିସହ ଛାତ୍ରୀଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ଚିକିତ୍ସାଳୟକୁ ପଠାଯାଇଥିଲା। ତେବେ ଜଦି କୌଣସି ସ୍କୁଲ କର୍ତୃପକ୍ଷଙ୍କ ଅବହେଳା ହୋଇଥିବା ନେଇ ତଦନ୍ତରୁ ଜଣାପଡ଼େ ତେବେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପଣ୍ଡାପଡ଼ା ଥାନା ଆଇଆଇସି ପଦ୍ମାଳୟା ସାହୁ ସୂଚନା ଦେଇଛନ୍ତି।